ବାରିପଦାରେ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ: ୫୧୮ଟି ମାମଲାର ଫଇସଲା, ୨ କୋଟି ୭୪ଲକ୍ଷ ଟଙ୍କା ଆଦାୟ

ବାରିପଦା: ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ଆଜି ବାରିପଦାରେ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ଦୌରାଜଜ୍ ତଥା ଜିଲ୍ଲା ଆଇନ ସେବା ପ୍ରାଧିକରଣ ଅଧ୍ୟକ୍ଷ ପ୍ରଦୀପ କୁମାର ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଲୋକ ଅଦାଲତରେ (ପାର୍ଟ-ଏ) ଅନ୍ତର୍ଗତ ପ୍ରି-ଲିଟିଗେସନ୍ ସମ୍ବନ୍ଧୀୟ ୪୧୭ ଟି ବିଭିନ୍ନ ବ୍ୟାଙ୍କ ଋଣ ଆଦାୟ ମାମଲା ଏବଂ ଅନ୍ୟାନ୍ୟ ଫୌଜଦାରୀ ଓ ଦେୱାନୀ ମାମଲା ସମ୍ପର୍କୀତ ୧୪ଟି ମାମଲାର ଫଇସଲା କରାଯାଇଥିଲା।

ଏଥିସହିତ ୧ କୋଟି ୨୩ଲକ୍ଷ ୯୧ହଜାର ୩୪୨ ଟଙ୍କା ଆଦାୟ କରାଯାଇଥିବା। ସେହିପରି (ପାର୍ଟ-ବି) ଅନ୍ତର୍ଗତ ବକେୟା ଥିବା ବିଭିନ୍ନ ମାମଲା ମଧ୍ୟରେ ଫୌଜଦାରୀ ୪ଟି, ଏନ୍ଆଇ ଆକ୍ଟ ୧୩୮ ଅନ୍ତର୍ଗତ ୨୫ଟି ମାମଲା, ବ୍ୟାଙ୍କ ଋଣ ଆଦାୟ ୭ଟି ମାମଲା, ଏମ୍ଏସିଟି ମାମଲା ୨୪ଟି, ବୈବାହିକ ବିବାଦ ୮ଟି ଏବଂ ଅନ୍ୟାନ୍ୟ ଦେୱାନୀ ମାମଲା ୧୭ଟି ଓ ଅନ୍ୟାନ୍ୟ ୨ ଟି ଫୌଜଦାରୀ ମାମଲା ସମେତ ମୋଟ ୮୭ଟି ମାମଲାର ଫଇସଲା କରାଯାଇ ମୋଟ୍ ୧କୋଟି ୫୦ଲକ୍ଷ ୧୬ ହଜାର ୩୪୫ଟଙ୍କା ଆଦାୟ କରାଯାଇଥିଲା। ମୋଟ ୫୧୮ଟି ଉପରୋକ୍ତ ବିଭିନ୍ନ ମାମଲାର ଫଇସଲା ହୋଇ ୨କୋଟି ୭୪ଲକ୍ଷ ୭ହଜାର ୬୮୭ଟଙ୍କା ଆଦାୟ ହୋଇଥିବା ଜଣାପଡିଛି ।

ଅନୁଷ୍ଠିତ ଏହି ଲୋକ ଅଦାଲତରେ ଫେମିଲି କୋର୍ଟ ଜଜ୍ ସୁରେଶ ଚନ୍ଦ୍ର ପ୍ରଧାନ, ପ୍ରଥମ ଅତିରିକ୍ତ ଜିଲ୍ଲା ଓ ଦୌରା ଜଜ୍ ଚୌଧୁରୀ ପ୍ରବୀର କୁମାର, ଏଡିଜେ ତଥା ସତନ୍ତ୍ର ପୋକ୍ସୋ ଅଦାଲତ ମହେନ୍ଦ୍ର କୁମାର ସୁତ୍ରଧର, ସିଜେଏମ୍ ଦୀପକ ରଞ୍ଜନ ସାହୁ, ସହକାରୀ ସେସନ୍ସ ଜଜ୍ ତଥା ରେଜିଷ୍ଟ୍ରାର୍ ସିଭିଲ୍ କୋର୍ଟ ସୁଦୀପ କୁମାର ଦାସ, ସିନିୟର ସିଭିଲ୍ ଜଜ୍ ଲିଲିପ୍ତା ପାସୟତ, ସିନିୟର ସିଭିଲ୍ ଜଜ୍ (ଏଲ୍ଆର୍) ଦୀପା ଦାସ, ଅତିରିକ୍ତ ସିନିୟର ବରିଷ୍ଟ ସିଭିଲ୍ ଜଜ୍ ଅପୂର୍ବା ଚୌଧୂରୀ, ଦ୍ୱିତୀୟ ଅରିତିକ୍ତ ବରିଷ୍ଠ ସିଭିଲ୍ ଜଜ୍ ଦେବଶ୍ରୀ ସାହୁ, ସେକ୍ରେଟାରୀ ଜିଲ୍ଲା ଆଇନ ସେବା ପ୍ରାଧିକରଣ ସୌମ୍ୟରୂପ ସାହୁ, ଏସ୍.ଡି.ଜେ.ଏମ. ରୀନତି ମିଶ୍ର, ଅତିରିକ୍ତ ସିଭିଲ ଜଜ୍ ତଥା ଜେଏମଏଫସି ଅନନ୍ୟା ଅପରିମିତା, ଅତିରିକ୍ତ ସିଭିଲ ଜଜ୍ ତଥା ଜେଏମଏଫସି ଜରିନ ଖାନ, ପିଏଲଏ(ପିୟୁସି) ଚେୟାର ପର୍ସନ ବିଜୟ କୁମାର ମିଶ୍ର ପ୍ରମୁଖଙ୍କ ତତ୍ୱାବଧାନରେ ମାମଲା ଗୁଡିକର ଫଏସଲା ହୋଇଥିଲା । ସରକାରୀ ଅଧିବକ୍ତା ହିମାଂଶୁ ପାଣିଗ୍ରାହୀଙ୍କ ସମେତ ସ୍ଥାନୀୟ ଆଇନଜୀବୀ ଉପସ୍ଥିତ ରହି କାର୍ୟ୍ୟ ତୁଲାଇଥିଲେ।

ସମ୍ବନ୍ଧିତ ଖବର