ବିକ୍ରମ ଦେବ ସ୍ବୟଂଶାସିତ ମହାବିଦ୍ୟାଳୟର ବିଏ ଓ ବିଏସସି ବିଏଡ୍ ପରୀକ୍ଷା ଫଳ ପ୍ରକାଶିତ: ଶତପ୍ରତିଶତ ପାସ୍

ବନ୍ଦନା ମହାନ୍ତି ଓ ନିବେଦିତା କୁଲୁ ଶ୍ରେଷ୍ଠ ଛାତ୍ରୀ

ଜୟପୁର: କୋଭିଡ୍ ସଂକ୍ରମଣ ଯୋଗୁଁ ବିଳମ୍ବରେ ବିକ୍ରମ ଦେବ ସ୍ବୟଂ ଶାସିତ ମହାବିଦ୍ୟାଳୟର ଯୁକ୍ତ ୩ ଡିଗ୍ରୀ (ସ୍ନାତକ) ଓ ପିଜି(ସ୍ନାତକୋତ୍ତର) ପରୀକ୍ଷା ଭଳି ବିଏଡ୍ ପରୀକ୍ଷା ବି ଅନୁଷ୍ଠିତ ହୋଇଥିଲା। ଆଜି ଏହି ପରୀକ୍ଷା ଫଳକୁ ପ୍ରକାଶିତ କରାଯାଇଛି ବୋଲି କଲେଜର ଅଧ୍ୟକ୍ଷ ଡ.ଗୋପାଳ ହାଲଦାର ସୂଚନା ଦେଇଛନ୍ତି।
ବିଏସସି ବିଏଡ୍ ରେ ୨୫ଜଣ ଓ ବିଏ ବିଏଡରେ ୨୫ଜଣ ଲେଖାଏଁ ୫୦ଜଣ ଛାତ୍ର-ଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ସବୁ ପାସ୍ କରିଛନ୍ତି। ସବୁ ଛାତ୍ରଛାତ୍ରୀ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଥିବା ଜଣାଇଛନ୍ତି କଲେଜର ଅଧ୍ୟକ୍ଷ ଡ.ହାଲଦାର। ସେଭଳି ବିଏସସି ବିଏଡରେ ନିବେଦିତା କୁଲୁ ଓ ବିଏବିଏଡ୍ ରେ ବନ୍ଦନା ମହାନ୍ତି ଶ୍ରେଷ୍ଠ ଛାତ୍ରୀ ଭାବେ ପାସ୍ କରିଥିବା ସୂଚନା ମିଳିଛି।

ସମ୍ବନ୍ଧିତ ଖବର