ରାହୁଲଙ୍କୁ ଜେଲ୍‌ଦଣ୍ଡ ବିରୋଧରେ କଂଗ୍ରେସର ପ୍ରତିବାଦ ସଭା‌

ଭୁବନେଶ୍ବର : ଏକ ମାମଲାରେ ସୁରତର କୋର୍ଟ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ଏହି ଅନ୍ୟାୟ ବିରୋଧରେ ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ନେତୃତ୍ବରେ ଗୁରୁବାର ଦିନ ରାଜ୍ୟ କଂଗ୍ରେସ ପକ୍ଷରୁ ମାଷ୍ଟରକ୍ୟାଣ୍ଟିନ୍ ଛକରେ ଏକ ପ୍ରତିବାଦ ସଭା ଆୟୋଜିତ ହୋଇଥିଲା।

କଂଗ୍ରେସ ପକ୍ଷରୁ କୁହାଯାଇଛି ଯେ ଦେଶର ଗଣତନ୍ତ୍ର ଆଜି ବିପନ୍ନ। କେନ୍ଦ୍ରର ମୋଦୀ ସରକାର ବ୍ୟକ୍ତିର ବାକ୍‌ ସ୍ବାଧୀନତା ଉପରେ ସଂପୂର୍ଣ୍ଣଭାବେ ରୋକ ଲଗାଇବା ପାଇଁ କାର୍ଯ୍ୟ କରୁଛନ୍ତି। ଏକଛାତ୍ରବାଦ ଶାସନ ବ୍ୟବସ୍ଥାକୁ ଆପଣାଇବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଓ ତାଙ୍କ ସରକାର ଚେଷ୍ଟା ଚଳାଇଛନ୍ତି। ସତ୍ୟ ଓ ଅହିଂସାର ମାର୍ଗ ରାହୁଲ ଗାନ୍ଧୀଙ୍କର ମାର୍ଗ। ଦେଶକୁ ସ୍ବାର୍ଥକୁ ରକ୍ଷା କରିବା ଓ ଦେଶର ଜନସାଧାରଣଙ୍କ ସ୍ବାର୍ଥ ରକ୍ଷା କରିବା ପାଇଁ ପ୍ରତ୍ୟେକ ସ୍ତରରେ ରାହୁଲ ଓ କଂଗ୍ରେସ ଦଳ ଲଢ଼େଇ ଜାରି ରଖିବ। ରାଜ୍ୟର ସମସ୍ତ କଂଗ୍ରେସ କର୍ମୀ ଓ ନେତୃବୃନ୍ଦ ତାଙ୍କ ପାଦକୁ ପାଦ ମିଳାଇ ଚାଲିବାର ବଜ୍ର ଶପଥ ନେଇଛି। କୌଣସି ପରିସ୍ଥିତିରେ ବି ରାହୁଲ ଗାନ୍ଧୀ ଦେଶ ବିରୋଧୀ ଶକ୍ତିଙ୍କ ସାମ୍ନାରେ ମୁଣ୍ଡ ନୁଆଁଇବେ ନାହିଁ ବୋଲି ଦଳ ପକ୍ଷରୁ କୁହାଯାଇଛି।

ଏହି ପ୍ରତିବାଦ ସଭାରେ ପୂର୍ବତନ କଂଗ୍ରେସ ସଭାପତି ପ୍ରସାଦ ହରିଚନ୍ଦନ, ବିଧାୟକ ସୁରେଶ ରାଉତରାୟ, ଦାଶରଥୀ ଗମାଙ୍ଗୋ, ଜଗନ୍ନାଥ ପଟ୍ଟନାୟକ, ଶିବାନନ୍ଦ ରାୟ, ଗଣେଶ୍ବର ବେହେରା, ଶୁଭେନ୍ଦୁ ମହାନ୍ତି, ଲଲାଟେନ୍ଦୁ ମହାପାତ୍ର, ଯୁଧିଷ୍ଠିର ଜେନା, ମନୋରଂଜନ ଦାଶ, ସୁରେଶ ମହାପାତ୍ର, ଚିନ୍ମୟ ପ୍ରସାଦ ବେ‌ଉରା, କିଶୋର ଜେନା, ମାନସ ଆଚାର୍ଯ୍ୟ, ଜିଆ ଉଲ ହକ୍, ପ୍ରକାଶ ଜେନା, ୟାସିର ନୱାଜ, ରାଜୀବ ପଟ୍ଟନାୟକ, ମନୋଜ ସାହୁ, ରଣଜିତ ପାତ୍ର, କୃଷ୍ଣ ମହାନ୍ତି, ବାଙ୍କନିଧି ବେହେରା, ରଜନୀ ମହାନ୍ତି, ନିଶିକାନ୍ତ ମିଶ୍ର, ତ୍ରିଲୋଚନ ମହାନ୍ତି, ଚିନ୍ମୟ ସୁନ୍ଦର ଦାସ, ଦୀପକ ସାହୁ, ଶ୍ରୀନିବାସ ରାଉତରାୟ, ପ୍ରଣତି ମିଶ୍ର, ମିହିର ଆଚାର୍ଯ୍ୟ, ପ୍ରକାଶ ମିଶ୍ର, ତରୁଣ ମିଶ୍ର, ଜୟକୃଷ୍ଣ ସୁବୁଦ୍ଧି, କୁସୁମ ପ୍ରଧାନ, ସୁନିତା ଦାସ, ଅଶୋକ ଦାସ, ସାରଦା ପ୍ରଧାନ, ଅଶୋକ ସ୍ବାଇଁ, ଜାନକୀ ବଲ୍ଲଭ ପଟ୍ଟନାୟକ, ଜୟନ୍ତ ସାହୁ, ସୁଶାନ୍ତ ତ୍ରିପାଠୀ, ଦିଗମ୍ବର ଗଡ଼ନାୟକ, ପ୍ରବୋଧ ସ୍ବାଇଁ, ଧର୍ମେନ୍ଦ୍ର ମିଶ୍ର, କୁଳମଣି ସାହୁ, ସାଗର ପରିଡ଼ା, ଦେବୀ ପ୍ରସାଦ ବାହାଲିଆ, ତାପସ ସେଠୀ, ପ୍ରଭାତ ପ୍ରତାପ ସିଂ, ଲିଙ୍ଗରାଜ ସାହୁ ଓ ନାସିର ପ୍ରମୁଖ ଅଂଶଗ୍ରହଣ କରିଥିଲେ।

ସମ୍ବନ୍ଧିତ ଖବର