ସାନଭାଇର କଟୁରି ଚୋଟରେ ବଡ଼ର ଜୀବନ ଗଲା

ବାରିପଦା: ସାନଭାଇ କଟୁରି ଚୋଟରେ ବଡ଼ଭାଇଙ୍କର ମୃତ୍ୟୁ ହୋଇ ଯାଇଛି। ଏଭଳି ଅଭାବନୀୟ ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ବାରିପଦା ସଦର ଥାନା ଅନ୍ତର୍ଗତ ମାଧପୁର ଗାଁରେ। ମୃତକ ଜଣକ ହେଉଛନ୍ତି ମେଘରାୟ ସୋରେନ(୪୮)।       ମେଘରାୟ ଓ ତାଙ୍କ ସାନଭାଇ ଲକ୍ଷ୍ମଣ(୩୭) ବାହାର ରାଜ୍ୟରେ ରହି କାମ କରନ୍ତି।

୩ ମାସ ପୂର୍ବେ ମେଘରାୟ ଘରକୁ ଆସି ଆଉ କାମକୁ ଯାଇ ନଥିଲେ। ଏପରି ସମୟରେ କିଛିଦିନ ତଳେ ଲକ୍ଷ୍ମଣ ମଧ୍ୟ ଘରକୁ ଆସିଥିଲେ। ଗତକାଲି ବିଳମ୍ବିତ ରାତିରେ ଲକ୍ଷ୍ମଣ ‌ଶୋଇଥିବା ବେଳେ ବଡ଼ଭାଇ ମେଘରାୟ ନିଶାସକ୍ତ ଅବସ୍ଥାରେ ଆସି ତାଙ୍କୁ ନିଦରୁ ଉଠାଇଥିଲେ। ପରେ କୌଣସି କଥାକୁ ନେଇ ଉଭୟଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ଏହି ସମୟରେ ଲକ୍ଷ୍ମଣଙ୍କୁ ମେଘରାୟ ଧକ୍କା ଦେଇଥିଲେ। ରାଗ ସମ୍ଭାଳି ନପାରି ଲକ୍ଷ୍ମଣ ଘରେ ଥିବା ଏକ ମାଛକଟା କଟୁରିରେ ବଡ଼ଭାଇ ମେଘରାୟଙ୍କ ବେକକୁ ଚୋଟ ପରେ ଚୋଟ ମାରି ଚାଲିଥିଲା। ଫଳରେ ଘଟଣାସ୍ଥଳରେ ମେଘରାୟଙ୍କର ମୃତ୍ୟୁ ହୋଇ ଯାଇଥିଲା।

ଖବର ପାଇ ସଦର ପୁଲିସ ଘଟଣାସ୍ଥଳରେ ପହଞ୍ଚିବା ସହ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ବାରିପଦା ଡାକ୍ତରଖାନା ପଠାଇଥିଲା। ଏନେଇ ଥାନାରେ ୧୦୦/୨୨ରେ ଏକ ମାମଲା ରୁଜୁ ହୋଇଥିବା ବେଳେ ଲକ୍ଷ୍ମଣଙ୍କୁ ଗିରଫ ପରେ କୋର୍ଟ ଚାଲାଣ କରାଯାଇଛି।

ସମ୍ବନ୍ଧିତ ଖବର