୨୦୨୭-୨୮ ସୁଦ୍ଧା ନିଜର ସଂପ୍ରସାରଣ କାର୍ଯ୍ୟରେ  ୩୦ ହଜାର କୋଟି ନିବେଶ କରିବ ନାଲକୋ : ଯୋଶୀ

ନାଲକୋର ୪୧ତମ ପ୍ରତିଷ୍ଠା ଦିବସ

ଭୁବନେଶ୍ବର : ଆସନ୍ତା ୨୦୨୭-୨୮ ଆର୍ଥିକ ବର୍ଷ ସୁଦ୍ଧା ନାଲକୋ ନିଜର ସଂପ୍ରସାରଣ ଓ ବିବିଧକରଣ କାର୍ଯ୍ୟରେ ପ୍ରାୟ ୩୦ ହଜାର କୋଟିର ପୁଞ୍ଜି ନିବେଶ କରିବ ବୋଲି କେନ୍ଦ୍ର କୋଇଲା ଓ ଖଣିମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ସୂଚନା ଦେଇଛନ୍ତି ।

ନାଲକୋର ୪୧ ତମ ପ୍ରତିଷ୍ଠା ଦିବସ ଉପଲକ୍ଷେ ଭୁବନେଶ୍ବର ମୁଖ୍ୟାଳୟଠାରେ ଆୟୋଜିତ ଏକ ସମାରୋହରେ ଯୋଗଦେଇ ସେ କହିଛନ୍ତି ଯେ ଏହି ୩୦ ହଜାର କୋଟି ମଧ୍ୟରୁ ପ୍ରାୟ ୭ ହଜାର କୋଟି ନାଲକୋର ୫ମ ରିଫାଇନାରୀ,ପଟାଙ୍ଗୀ ବକ୍ସାଇଟ ଖଣି, ଉତ୍କଳ-ଇ ଓ ଡି କୋଇଲା ବ୍ଲକ, କୋଇଲା ପରିବହନ ଆଦି ପ୍ରକଳ୍ପରେ ବିନିଯୋଗ କରାଯିବ । ଅବଶିଷ୍ଟ  ୨୨ ହଜାର କୋଟି କାପ୍ଟିଭ ପାଓ୍ବାର ପ୍ଲାଣ୍ଟ ଓ ସ୍ମେଲଟର  କ୍ଷମତା ସଂପ୍ରସାରଣ କାର୍ଯ୍ୟରେ ବିନିଯୋଗ କରାଯିବ । ସିପିପିର ଉତ୍ପାଦନ କ୍ଷମତା ୧୪୦୦ ମେଗାଓ୍ବାଟକୁ ବୃଦ୍ଧି କରିବାକୁ ପ୍ରସ୍ତାବ ରହିଛି ।

ଅନ୍ୟପକ୍ଷରେ ଓଡ଼ିଶାରେ ଲୁହାପଥର ଉତ୍ପାଦନ ବୃଦ୍ଧି କରିବାକୁ କେନ୍ଦ୍ର ସରକାର ରାଜ୍ୟ ସରକାରଙ୍କୁ ସବୁପ୍ରକାରର ସହଯୋଗ କରୁଛନ୍ତି । ରାଜ୍ୟ ସରକାରଙ୍କ ଅନୁରୋଧ କ୍ରମେ ଓଏମସିକୁ ୨ଟି ଓ ଓଡ଼ିଶା ମିନେରାଲ ଏକ୍ସେପ୍ଲୋରେସନ କର୍ପୋରେସନ (ଓଏମଇସିଏଲ)କୁ ଗୋଟିଏ ଲୁହାପଥର ଖଣି ପ୍ରଦାନ କରାଯାଇଛି ।

ଏହି ଅବସରରେ ନାଲକୋ ସିଏମଡି ଶ୍ରୀଧର ପାତ୍ର ସ୍ବାଗତ ଭାଷଣ ଦେଇଥିଲେ ।

ସମ୍ବନ୍ଧିତ ଖବର