୬୦ କେଜି ଗଞ୍ଜେଇ ଜବତ, ୫ ଗିରଫ

ବାଲେଶ୍ବର: ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ୬୦ କେଜି ଗଞ୍ଜେଇ ଜବତ କରାଯାଇଛି। ବାଲେଶ୍ଵର ସହର ଗୋଧିବସା, ବସ୍ତା ରେଳ ଷ୍ଟେସନ ଓ ସୋର ରେଳ ଷ୍ଟେସନରୁ ଅବକାରୀ ବିଭାଗର ୩ ଜଣିଆ ଟିମ୍ ପୂର୍ବ ପ୍ରସ୍ତୁତି ଅନୁସାରେ ପ୍ରସ୍ତୁତ ରହି ଗଞ୍ଜେଇ ଜବତ ସହ ଅଭିଯୁକ୍ତକୁ ଗିରଫ କରିବାରେ ସମର୍ଥ ହୋଇଥିଲେ।

ଏଥିରେ ୫ ଜଣକୁ ଗିରଫ କରାଯାଇଥିବା ବେଳେ ସେମାନଙ୍କ ମଧ୍ୟରୁ ଜଣେ ଓଡ଼ିଶାର ବାକି ୪ ଜଣ ପଶ୍ଚିମବଙ୍ଗର ବୋଲି ଜଣାପଡ଼ିଛି। ଗଞ୍ଜେଇ ଚାଲାଣକାରୀ କନ୍ଧମାଳ ଓ ମାଲକାନଗିରିରୁ ଏହି ଗଞ୍ଜେଇ ନେଇ ପଶ୍ଚିମବଙ୍ଗକୁ ଚାଲାଣ କରୁଥିବା ଜଣାଯାଇଛି।

ସମ୍ବନ୍ଧିତ ଖବର