ଉମରକୋଟ : ନବରଙ୍ଗପୁର ଜିଲ୍ଲା ଉମରକୋଟ ଥାନା ଅନ୍ତର୍ଗତ ଧୋଡ୍ରା ଗ୍ରାମର ମୁଖ୍ୟ ରାସ୍ତା ପାର୍ଶ୍ବରେ ଥିବା ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ଏଟିଏମ୍ରୁ ୩୦ଲକ୍ଷରୁ ଅଧିକ ଟଙ୍କା ଲୁଟ୍ ହୋଇଛି। ଏନେଇ ବ୍ୟାଙ୍କ କର୍ତ୍ତୃପକ୍ଷ ଥାନାରେ ଅଭିଯୋଗ କରିବା ପରେ ଉମରକୋଟ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତନାଘନା କରୁଛି। ସୂଚନା ଅନୁଯାୟୀ, ଗତକାଲି ରାତିରେ ଦୁର୍ବୃତ୍ତମାନେ ଧୋଡ୍ରାରେ ଥିବା ଏସ୍ବିଆଇ ଏଟିଏମ୍ ଭିତରେ ପଶି ଗ୍ୟାସ୍ କଟରରେ ମେସିନ୍କୁ କାଟି ୩୦ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କା ଲୁଟ୍ କରି ନେଇଥିଲେ। ମେସିନ୍ ଖୋଲା ରହିଥିବା କିଛି ଲୋକ ଦେଖିବା ପରେ ଉମରକୋଟ ପୁଲିସକୁ ଜଣାଇଥିଲେ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା। ଦୁର୍ବୃତ୍ତ ଟଙ୍କା ଲୁଟ୍ କରିବା ପୂର୍ବରୁ ଏଟିଏମ ଭିତରେ ଥିବା ସିସି କ୍ୟାମେରାରେ କଳା ରଙ୍ଗର ସ୍ପ୍ରେ ମାରିଥିଲେ। ଏନେଇ ଉମରକୋଟ ଥାନାରେ ଏକ ମାମଲା ରୁଜୁ ହୋଇଛି।
Advertisment
Sambad is now on WhatsApp
Join and get latest news updates delivered to you via WhatsApp