ଅନୁଗୁଳ: ନାଲକୋ ସିପିପି ପ୍ଲାଣ୍ଟରେ କ୍ରେନ୍‌ ଚାପିଦେବାରୁ ଜଣେ କାର୍ଯ୍ୟରତ ଶ୍ରମିକଙ୍କ ମୃତ୍ୟୁ ହୋଇଛି। ମୃତକ ହେଲେ ଯୁଧିଷ୍ଠିର ସାହୁ(୫୮) । ପ୍ରାପ୍ତ ସୂଚନା ଅନୁଯାୟୀ ନୂଆହତା ଗ୍ରାମର ଯୁଧିଷ୍ଠୀର ନାଲକୋ ସିପିପି ପ୍ଲାଣ୍ଟରେ ସିଆରଏସେଶ ସାଇଟ ଡିଏମ ଠିକା ସଂସ୍ଥାରେ ଶ୍ରମିକ ଭାବେ କାମ କରୁଥିଲେ। ଆଜି ସେ କାମ କରୁଥିବା ବେଳେ ପୂର୍ବହ୍ନ ୧୦ଟାରେ ତାଙ୍କୁ ଏକ କ୍ରେନ୍‌ ଚାପି ଦେଇଥିଲା। ତାଙ୍କୁ ଗୁରୁତର ଅବସ୍ଥାରେ ଚିକିତ୍ସା ପାଇଁ ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା।

Advertisment

କାରଖାନା ସମୁଖରେ ଶ୍ରମିକଙ୍କ ଗଣ୍ଡଗୋଳ ହେବା ଆଶଙ୍କାରେ ନାଲକୋ ସୁରକ୍ଷା କର୍ମୀ ଫାଟକ ସମୁଖରେ କଡା କଡ଼ି ପହରା ଦେଉଥିବା ଦେଖିବାକୁ ମିଳିଛି। ‌ତେବେ ପରିବାର ଲୋକେ ସିପିପି (କ୍ୟାପଟଭ୍‌ ପାୱାର ପ୍ଲାଣ୍ଟ) କାରଖାନା ସମ୍ମୁଖରେ ମୃତଦେହ ରଖି କ୍ଷତିପୂରଣ ଦାବିରେ ଧାରଣା ଦେଇଛନ୍ତି। ରିପୋର୍ଟ ଲେଖାଯିବା ବେଳକୁ ଉତ୍ତେଜନା ଜାରି ରହିଛି।