ଭୁବନେଶ୍ୱର: ବରମୁଣ୍ଡା ଦୁର୍ଗାପୂଜା ମଣ୍ଡପ ନିକଟରେ ଗୁରୁବାର ଏକ ଅଘଟଣ ଘଟିଛି । ଯାତ୍ରା ବୁଲି ଆସୁଥିବା ଲୋକଙ୍କ ପାଇଁ ପଡିଥିବା ଏକ ରାମଦୋଳି ଯୋଗୁ ଯାତ୍ରୀଙ୍କୁ ହଟହଟା ହେବାକୁ ପଡିଛି । ଏହି ଦୋଳି ବୁଲିଥିବା ବେଳେ ହଠାତ୍ ଖରାପ ହୋଇଯାଇଥିଲା । ଫଳରେ ଏଥିରେ ବସିଥିବା ଲୋକେ ଆତଙ୍କିତ ହୋଇ ପାଟିତୁଣ୍ଡ କରିଥିଲେ । ପରେ ଏ ନେଇ ଅଗ୍ନିଶମ ବିଭାଗକୁ ଖବର ଦିଆଯାଇଥିଲା । ଦମକଳ କର୍ମଚାରୀ ଆସି ଘଟଣାସ୍ଥଳରେ ପହଞ୍ଚ ବଡ଼ ବଡ଼ ସିଡି ଲଗାଇ ଲୋକଙ୍କୁ ଉକ୍ତ ଦୋଳିରୁ ଉଦ୍ଧାର କରିଥିଲେ ।
ଖରାପ ହୋଇଗଲା ରାମଦୋଳି, ହଟହଟା ହେଲେ ଯାତ୍ରୀ
/sambad/media/post_attachments/wp-content/uploads/2017/09/39932751-faff-4fa8-96a9-803eea605657.jpg)