ଚାରିଛକ/ପୁରୁଣାକଟକ: ବୌଦ୍ଧ ଜିଲ୍ଲା ହରଭଙ୍ଗା ଥାନା ଅର୍ନ୍ତଗତ ଧଳପୁର ପଞ୍ଚାୟତ ଅଞ୍ଚଳରେ ଏକ ସ୍କୁଲରେ ପବିତ୍ର ଗଣେଶ ପୂଜା ଦିନ ଜଣେ ଛାତ୍ରୀଙ୍କୁ ପ୍ରଧାନ ଶିକ୍ଷକ ଦୁଷ୍କର୍ମ କରିଥିବା ଥାନାରେ ଅଭିଯୋଗ ହୋଇଛି। ଗଣେଶ ପୂଜା ଦିନ ସ୍କୁଲରେ ଭୋଜିଭାତର ଆୟୋଜନ ହୋଇଥିଲା। ଖାଇ ସାରିବା ପରେ ଶିକ୍ଷକ, ଶିକ୍ଷୟିତ୍ରୀ, ଛାତ୍ରଛାତ୍ରୀ, ପାଚିକା ଓ ସ୍କୁଲ କମିଟି ସଦସ୍ୟମାନେ ଫେରି ଯାଇଥିଲେ। ସଂପୃକ୍ତ ପ୍ରଧାନ ଶିକ୍ଷକ ଧନଞ୍ଜୟ ପାତ୍ର ୩ ଜଣ ଛାତ୍ରୀଙ୍କୁ କିଛି କାମ ଆଳ ଦେଖାଇ ରହିବାକୁ କହିଥିଲେ। ୨ଜଣ ଛାତ୍ରୀଙ୍କୁ ଅନ୍ୟ କାମରେ ଲଗାଇ ଜଣେ ଛାତ୍ରୀଙ୍କୁ ନିଜ ରୁମକୁ ନେଇ ବଳପୂର୍ବକ ଦୁଷ୍କର୍ମ କରିଥିଲେ। ପୀଡ଼ିତା ଛାତ୍ରୀ ଜଣକ ଘରକୁ ଫେରି ଏ ସମ୍ପର୍କରେ ପରିବାର ଲୋକଙ୍କୁ ଜଣାଇଥିଲେ। ସଂଧ୍ୟାରେ ଗାଁରେ ଏକ ବୈଠକ କରି ଘଟଣାକୁ ଚପାଇ ଦେବାକୁ ଉଦ୍ୟମ କରାଯାଇଥିଲା। ମାତ୍ର ପୀଡ଼ିତାଙ୍କ ପରିବାର ଲୋକ ରାଜି ହୋଇ ନଥିଲେ। ସୋମବାର ରାତିରେ ହରଭଙ୍ଗା ଥାନାରେ ପରିବାର ଲୋକ ଏତଲା ଦେଇଥିଲେ। ପୁଲିସ ଏ ନେଇ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି। ମଙ୍ଗଳବାର ସକାଳେ ପୀଡ଼ିତାର ଡାକ୍ତରୀମାଇନା ପାଇଁ ବୌଦ୍ଧ ଡାକ୍ତରଖାନାକୁ ପଠାଯାଇଥିବା ଥାନା ଆଇଆଇସି ଜ୍ୟୋତ୍ସ୍ନା କାଉଁରୀ ସୂଚନା ଦେଇଛନ୍ତି। ଅନ୍ୟପଟେ ଅଭିଯୁକ୍ତ ପ୍ରଧାନ ଶିକ୍ଷକ ଫେରାର୍ ଥିବା ଜଣାଯାଇଛି।
ଛାତ୍ରୀଙ୍କୁ ପ୍ରଧାନଶିକ୍ଷକଙ୍କ ଦୁଷ୍କର୍ମ
/sambad/media/post_attachments/wp-content/uploads/2019/09/Head-Master-Raped-Student_Thumbnail.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)