ଜୟପୁର: ଭିଜିଲାନ୍ସ କାର୍ଯ୍ୟାଳୟ ସମ୍ମୁଖ ଦେଇ ଯାଇଥିବା ଜାତୀୟ ରାଜପଥ ୨୬(ଏନଏଚ)ର ଅବସ୍ଥା ସୁଧୁରିବା ନାଁ ନେଉନି। ଏଠାରେ ଏବେ ବଡ଼ ବଡ଼ ଗର୍ତ୍ତ ଦେଖିବାକୁ ମିଳିଛି। ବର୍ଷା ହେବା ମାତ୍ରକେ ଏଠାରେ ପାଣି ଜମା ହୋଇ ରହୁଛି। ରାସ୍ତାରେ ବଡ଼ ବଡ଼ ଗର୍ତ୍ତ (ଫଟହଲ୍) ହେବା ସହ ପାଣି ଜମା ରହିବା ଫଳରେ ଗାଡିରେ ଯିବା ଆସିବା ଲୋକେ ଜାଣି ପାରୁନାହାନ୍ତି। ଏପରିକି ଏହି ଗାତରେ ପଡ଼ି ଛୋଟ ବଡ ଦୁର୍ଘଟଣା ବି ଜାରି ରହିଛି।
/sambad/media/post_attachments/wp-content/uploads/2022/07/jpr-vigiliance-office-front-2.jpg)
ଶନିବାର ସକାଳ ସାଢ଼େ ୧୦ଟା ବେଳେ ଏଭଳି ଏହି ଗର୍ତ୍ତରେ ପଡ଼ି ଦୁଇଟି ବାଇକର ଦୁର୍ଘଟଣା ହୋଇଥିବା ଦେଖିବାକୁ ମିଳିଥିଲା। ଗୋଟିଏ ସ୍କୁଟିରେ ଗୋଟିଏ ପରିବାରର ପତି, ପତ୍ନୀ ଓ ଛୋଟ ପିଲାକୁ ଧରି ଯାଉଥିବା ବେଳେ ଫଟହଲ ଥିବା ଜାଣି ନ ପାରି ଛକ ପଡ଼ିବା ପରେ ଭାରସାମ୍ୟ ହରାଇ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ। ତିନି ଜଣ ତଳେ ପଡ଼ିଯାଇ ଗୁରୁତର ଆହତ ହୋଇଥିଲେ। ସେଠାରେ ଜାତୀୟ ରାଜପଥ ଅସମତଳ ହୋଇ ପଡିଛି। ଏହି ସମସ୍ୟାକୁ ଦୀର୍ଘ ଦିନ ହେବ ଏନଏଚ୍ କତ୍ତୃପକ୍ଷ ଜାଣିଥିଲେ ହେଁ କାହିଁକି ଏହାର ସମାଧାନ କରୁନାହାନ୍ତି ବୋଲି ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/07/jpr-vigiliance-office-front-1.jpg)