ଭୁବନେଶ୍ବର: ଏଇ ୧୬ ତାରିଖରେ ଟିକାକରଣ ଆରମ୍ଭ ହେବ। ଏହାର ଦୁଇ ତିନି ଦିନ ପୂର୍ବରୁ ରାଜ୍ୟକୁ ଭ୍ୟାକ୍ସିନ ଆସିପାରେ ବୋଲି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ନିର୍ଦେଶକ ବିଜୟ ପାଣିଗ୍ରାହୀ ସୂଚନା ଦେଇଛନ୍ତି।
ସୂଚନାଯୋଗ୍ୟ, ଓଡ଼ିଶାର ୧୬୦ଟି ସ୍ଥାନରେ ଟିକାକରଣ ହେବ। ଦୁଇଟି ଜାଗାରେ ଟୁୱେ କମ୍ୟୁନିକେସନ ରହିବ। ସୁନ୍ଦରଗଡ଼ ଓ କ୍ୟାପିଟାଲ ହସ୍ପିଟାଲରେ ଏହି ବ୍ୟବସ୍ଥା ରହିବ। ସିଧାସଳଖ ଏହି ଦୁଇ ସ୍ଥାନରେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଟିକା ସମ୍ପର୍କରେ ଫିଡ଼ ବ୍ୟାକ ନେଇ ପାରିବେ। ଟିକାକରଣକୁ ସୁପରିଚାଳନା କରିବା ପାଇଁ ରାଜ୍ୟ ସ୍ତରରେ ଷ୍ଟେଟ ମନିଟରିଂ ଟିମ୍ ଗଠନ ହୋଇଛି। ସେମାନେ ଜିଲ୍ଲା ସ୍ତରରେ ଯାଇ ମନିଟରିଂ କରିବେ। କୋଭିଡ ଟିକାକରଣ ପାଇଁ ଚଳିତ ମାସ ୧୭, ୧୮ ଓ ୧୯ ତାରିଖରେ ହେବାକୁ ଥିବା ପଲସ ପୋଲିଓ ଟିକାକରଣ କାର୍ଯ୍ୟକ୍ରମକୁ ସ୍ଥଗିତ ରଖାଯାଇଛି ବୋଲି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ନିର୍ଦେଶକ କହିଛନ୍ତି।
ଟିକାକରଣ ଆରମ୍ଭ ହେବାର ଦୁଇ ତିନି ଦିନ ପୂର୍ବରୁ ରାଜ୍ୟକୁ ଭ୍ୟାକ୍ସିନ ଆସିପାରେ: ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ନିର୍ଦେଶକ
/sambad/media/post_attachments/wp-content/uploads/2020/10/vaccination-drive.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)