ଭୁବନେଶ୍ବର: ହାତୀଦାନ୍ତ ବିକ୍ରି କରିବାକୁ ଯୋଜନା କରୁଥିବା ସମୟରେ ଏସ୍ଟିଏଫ୍ ଅତର୍କିତ ଭାବେ ଚଢ଼ାଉ କରିଛି। ଏସ୍ଟିଏଫ୍ ଘଟଣାସ୍ଥଳରୁ ୩ ଜଣଙ୍କୁ ଗିରଫ କରିବା ସହ ସେମାନଙ୍କ ଠାରୁ ୩ ଖଣ୍ଡ ହାତୀଦାନ୍ତ ଜବତ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ କେନ୍ଦୁଝର ଜିଲ୍ଲା ଭଗବାନପୁର ଗାଁର ପୀତବାସ ବାରିକ, ବଡ଼ବିଲର ଆନନ୍ଦ ମହାକୁଡ ଓ ଯାଜପୁର ଜିଲ୍ଲା କବାଟବନ୍ଧର ଅମ୍ବୁଜା ପ୍ରଧାନ।
ସୂଚନା ଅନୁସାରେ ଉପରୋକ୍ତ ୩ ଜଣ ଅଭିଯୁକ୍ତ ଆଜି ସକାଳୁ ଯାଜପୁର ଜିଲ୍ଲା ବ୍ରାହ୍ମଣୀ ନଦୀ ପୋଲ ନିକଟସ୍ଥ କବାଟବନ୍ଧ ଛକରେ ହାତୀ ଦାନ୍ତ ବିକ୍ରି କରିବାକୁ ନିଜର ଗ୍ରାହକଙ୍କ ଅପେକ୍ଷାରେ ଥିଲେ। ଏସଂକ୍ରାନ୍ତରେ ବିଶ୍ବସ୍ତ ସୂତ୍ରରୁ ସୂଚନା ପାଇ ଏସଟିଏଫ୍ ଟିମ୍ ଘଟଣାସ୍ଥଳରେ ପହଂଚିଥିଲା। ଟିମ୍ ଅତର୍କିତ ଭାବେ ଚଢ଼ାଉ କରି ଅଭିଯୁକ୍ତମାନଙ୍କୁ ଗିରଫ କରିଥିଲା। ଆଜି ଏମାନଙ୍କୁ ଚଣ୍ଡିଖୋଲସ୍ଥିତ ଜେଏମ୍ଏଫ୍ସି କୋର୍ଟକୁ ଚାଲାଣ କରାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/02/elephant-teeth-rescue-12_thumb.jpg)