ଦାରିଙ୍ଗବାଡ଼ି : ଗୁରୁବାର ରାତିରେ କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ିରେ ମୃଦୁ ଭୂକମ୍ପ ଅନୁଭୂତ ହୋଇଛି। ରାତି ପ୍ରାୟ ୮ଟା ବେଳେ ପାଖାପାଖି ୭ ସେକେଣ୍ଡ ପାଇଁ ହଠାତ୍ ଘରଦ୍ୱାର, ଆସବାବପତ୍ର ସବୁ ଥରି ଉଠିଥିଲା। ଝଟ୍କା ହେଉଥିବା ଜାଣି ଲୋକେ ଭୟରେ ଘରୁ ବାହାରକୁୁ ଚାଲି ଆସିଥିଲେ। ଏଥିରେ ବିଶେଷ କିଛି କ୍ଷୟକ୍ଷତି ହୋଇନଥିଲେ ହେଁ ଦାରିଙ୍ଗବାଡ଼ି ସଦର ମହକୁମା ଅଞ୍ଚଳର ବହୁ ଲୋକଙ୍କ ଘର କାନ୍ଥ ଫାଟିଥିବା ଦେଖାଯାଇଛି। ସେହିପରି ଆଖପାଖ ପଞ୍ଚାୟତରେ କିଛି ଲୋକଙ୍କ ଘର କାନ୍ଥରେ ମଧ୍ୟ ଅନୁରୂପ ଫାଟ ସୃଷ୍ଟି ହୋଇଥିବା ଶୁଣିବାକୁ ମିଳିଛି। ଦାରିଙ୍ଗବାଡ଼ି ଅଞ୍ଚଳରେ ପ୍ରଥମ ଥର ପାଇଁ ଲୋକେ ଏଭଳି ଭୂକମ୍ପର ଝଟ୍କା ଅନୁଭବ କରିଥିବା କହିଛନ୍ତି।
ଦାରିଙ୍ଗବାଡ଼ିରେ ମୃଦୁ ଭୂକମ୍ପ
/sambad/media/post_attachments/wp-content/uploads/2017/09/earthique-symbol.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)