ଆଠଗଡ଼: ସରକାରୀ ବିହନ ନେଇ ଧାନ ଚାଷ କରିଥିଲେ ଚାଷୀ। ଛନଛନିଆ ଗଛ ହେଲା, କିନ୍ତୁ ସେଥିରେ କେଣ୍ଡା ଧରିଲାନି । ଏଭଳି ସ୍ଥିତିରେ ମେଘା ଓ କଟକିଆସାହିର ୫୮ଜଣ ଚାଷୀ ନିରାଶ ହୋଇ ଆଠଗଡ ଉପଜିଲ୍ଲାପାଳଙ୍କୁ ସାକ୍ଷାତ କରି ଅଭିଯୋଗ କରିଛନ୍ତି। ରାଜ୍ୟ ବିହନ ନିଗମରୁ ସେବା ସମବାୟ ସମିତି ମାଧ୍ୟମରେ ଚାଷୀ ୨୦ କ୍ୱିଣ୍ଟାଲ ବିହନ ନେଇ ଏଭଳି ଦୁର୍ଦ୍ଦଶାରେ ପଡ଼ିଥିବା ଅଭିଯୋଗ କରିଛନ୍ତି।
ସୂଚନା ଅନୁସାରେ, ଆଠଗଡ଼ ବ୍ଲକ୍ ଅନ୍ତର୍ଗତ ମେଘା ଓ କଟକିଆସାହିର ୫୮ଜଣ ଚାଷୀ ସର୍ପେଶ୍ୱର ଓ ମେଘା ସମବାୟ ସମିତିରୁ ଜୁନ୍ ମାସରେ ୧୦କ୍ୱିଣ୍ଟାଲ ଲେଖାଏଁ ସରକାରୀ ଧାନ ବିହନ କିଣିଥିଲେ। ଧାନ ବିହନ ଠିକଣା ସମୟରେ ଗଛ ହୋଇଥିଲା। ସାର, ଶ୍ରମଦାନ କରି ଚାଷୀ ଚାଷ କରିିଥିଲା, ହେଲେ ଠିକଣା ସମୟରେ ଅର୍ଥାତ୍ ଗଛ କେଣ୍ଡା ଧରିବା ସମୟରେ ଗଛରେ କେଣ୍ଡା ବଦଳରେ କରମା ଧରିଥିଲା। ନିମ୍ନମାନର ବିହନ ଯୋଗୁଁ ଏଭଳି ହୋଇଥିବା ଚାଷୀ ଅଭିଯୋଗ କରିଛନ୍ତି। ଆଉ କିଛିଦିନ ପରେ ଧାନ ଅମଳ ହୋଇଥାନ୍ତା। ହେଲେ ବର୍ତ୍ତମାନ ଧାନ ଗଛରେ କେଣ୍ଡା ନହେବାରୁ ମେଘାର ୨୨ ଓ କଟକିଆସାହିର ୩୭ଜଣ ଚାଷୀ ଆଠଗଡ ଉପଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି। ଚଳିତ ଖରିଫ ଋତୁରେ ଧାନ ଚାଷ ପାଇଁ ଆଠଗଡ଼ ବ୍ଲକ୍ ଅନ୍ତର୍ଗତ ମେଘା, କଟକିଆସାହି, ପଞ୍ଚାୟତରେ ମେଘା ପାଇଁ ୧୦ କୁଇଣ୍ଟାଲ (ବୀଣା) ଧାନ ବିହନ, କଟକିଆ ସାହି ପାଇଁ ୧୦ କୁଇଣ୍ଟାଲ ଧାନ ବିହନ ସେବା ସମବାୟ ସମିତି ଜରିଆରେ ଜୁନ୍ ମାସରେ ଯୋଗାଇ ଦିଆଯାଇଥିଲା। ରାଜ୍ୟ ବିହନ ନିଗମ ସିଲ୍ରେ ସେବା ସମବାୟ ସମିତି ଚାଷୀମାନଙ୍କୁ ଯୋଗାଇ ଦେଇଥିଲା। ଆଜି କ୍ଷତିଗ୍ରସ୍ତ ଚାଷୀ ନିରାକାର ଲେଙ୍କା, ଭାସ୍କର ପତ୍ରୀ, ରବୀନ୍ଦ୍ର ସାମଲ, ରଜତ ସ୍ୱାଇଁ, ଭାସ୍କର ସ୍ୱାଇଁ ପ୍ରମୁଖ ଆଠଗଡ଼ ଉପଜିଲ୍ଲାପାଳଙ୍କୁ ସାକ୍ଷାତ କରି ଅଭିଯୋଗ କରିବା ପରେ ତଦନ୍ତ କରି ବିହୀତ ପଦକ୍ଷେପ ନେବା ପାଇଁ ଆଠଗଡ଼ କୃଷି ଜିଲ୍ଲା ଅଧିକାରୀଙ୍କୁ ଉପଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି।
ଧାନ କେଣ୍ଡା ହେଲାନି, ଉପଜିଲ୍ଲାପାଳଙ୍କୁ ଅଭିଯୋଗ
ସରକାରୀ ବିହନ ନେଇ ଚାଷୀ ହତାଶ
/sambad/media/post_attachments/wp-content/uploads/2017/10/14.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)