ପୁରୀ/ସାକ୍ଷୀଗୋପାଳ : ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଜନ୍ମପୀଠ ପୁରୀ ଜିଲ୍ଲା ସତ୍ୟବାଦୀ ବ୍ଲକ୍ ସୁଆଣ୍ଡୋ ଗାଁ ନୂଆ ରୂପ ପାଇଛି। ନବକଳେବର ପରେ ଏହି ଗାଁର ଚିତ୍ର ବଦଳିଛି।
/sambad/media/post_attachments/wp-content/uploads/2023/01/5-suando-grama-750x430.jpg)
ସୂଚନା ଅନୁସାରେ, ସୁଆଣ୍ଡୋର ବିକାଶ ପାଇଁ ବହୁଦିନରୁ ଦାବି ହୋଇ ଆସୁଥିଲା। ନିକଟରେ, ରାଜ୍ୟ ସରକାର ସୁଆଣ୍ଡୋର ବିକାଶ ପ୍ରକଳ୍ପ ଘୋଷଣା କରିଥିଲେ। ଯେଉଁଥିରେ ଷଠୀଘର ସାଙ୍ଗକୁ ଅନେକ ବିକାଶମୂଳକ କାର୍ଯ୍ୟକୁ ପ୍ରକଳ୍ପ ଅନ୍ତର୍ଭୁକ୍ତ କରାଯାଇଥିଲା। ଏହି ପ୍ରକଳ୍ପ ଜରିଆରେ କେବଳ ଗୋପବନ୍ଧୁଙ୍କ ଷଠୀଘରର ବିକାଶ କରାଯାଇନି, ଗାଁ ରାସ୍ତାର ନବକଳେବର କରାଯାଇଛି। ସଂପୂର୍ଣ୍ଣ ଗାଁ ରାସ୍ତାରେ ପେଭର ବ୍ଲକ୍ ବିଛାଯାଇଛି। ପଟ୍ଟନାୟିକିଆ ଛକରୁ ସୁଆଣ୍ଡୋକୁ ସଂଯୋଗ କରୁଥିବା ରାସ୍ତାକୁ ପିଚୁ କରାଯାଇଛି। ପଟ୍ଟନାୟିକିଆ ଛକରେ ପର୍ଯ୍ୟଟକଙ୍କ ପାଇଁ ସୂଚନା କେନ୍ଦ୍ର ସାଙ୍ଗକୁ ଫୁଡ୍କୋର୍ଟର ବ୍ୟବସ୍ଥା କରାଯାଇଛି। ସୁଆଣ୍ଡୋ ଗାଁ ଭିତରେ ଗୋପବନ୍ଧୁଙ୍କ ସ୍ମୃତିରେ ଖାଣ୍ଡେଲାଇଟ୍ ପଥରର ଏକ ବଡ଼ ସଂଗ୍ରହାଳୟ ନିର୍ମାଣ କରାଯାଇଛି। ଯେଉଁଠି ଗୋପବନ୍ଧୁଙ୍କ ସ୍ମୃତିଜଡ଼ିତ ବିଭିନ୍ନ ଫଟୋଚିତ୍ର ସାଙ୍ଗକୁ ଗୋପବନ୍ଧୁ ବ୍ୟବହାର କରୁଥିବା ଖଟ, ଢିଙ୍କି ଆଦି ସ୍ଥାନ ପାଇବ।
/sambad/media/post_attachments/wp-content/uploads/2023/01/suando-vvv-691x430.jpg)
ସେହିଭଳି, ଗୋପବନ୍ଧୁ କିଭଳି ନିଜେ ଡଙ୍ଗା ଚଳାଇ ଜନସେବା କରୁଥିଲେ, ସେ ଦୃଶ୍ୟକୁ ପର୍ଯ୍ୟଟକଙ୍କୁ ଜଣାଇବା ପାଇଁ ଏକ ଫାଇବର ଡଙ୍ଗା ବି ଏହି ସଂଗ୍ରହାଳୟରେ ସ୍ଥାନ ପାଇବ। ସଂଗ୍ରହାଳୟରେ ଏକାଧିକ କୋଠରି ରହିଥିବାବେଳେ ସବୁକୁ ଶୀତତାପ ନିୟନ୍ତ୍ରିତ କରାଯାଇଛି। ପ୍ରତିଘରେ ଦାମୀ ଏଲ୍ଇଡିର ବ୍ୟବସ୍ଥା କରାଯାଇଛି। ସଂଗ୍ରହାଳୟ ସମ୍ମୁଖରେ ଏକ ପୋଖରୀ ବି କରାଯାଇଛି। ଯାହା ସଂପୂର୍ଣ୍ଣ ପଥରେ ନିର୍ମାଣ କରାଯାଇଥିବାବେଳେ ଏହା ଚତୁଃର୍ପାଶ୍ବରେ ଏଲଇଡି ସହ ସୌନ୍ଦର୍ଯ୍ୟୀକରଣ ପାଇଁ ଫଳ, ଫୁଲ ଗଛ ଆଦି ଲଗାଯାଇଛି। ଏହାକୁ ଲାଗି ବିସ୍ତୃତ ଶିଶୁ ଉଦ୍ୟାନ ଏବଂ ବୟସ୍କଙ୍କ ପାଇଁ ପାର୍କ ବ୍ୟବସ୍ଥା କରାଯାଇଛି। ସଂପୂର୍ଣ୍ଣ ସ୍ଥାନକୁ ସବୁଜିମା ପରିବେଶ ଭିତରେ ପରଶିବା ପାଇଁ ପୂର୍ବରୁ ଥିବା ଗଛକୁ ଅକ୍ଷତ ରଖାଯାଇଛି। ପ୍ରକଳ୍ପ ସଂପର୍କରେ ଓବିସିସି-୨ ପ୍ରକଳ୍ପ ପରିଚାଳକ ସୁନ୍ଦର ମାଧବ ପାଢ଼ୀ କହିଛନ୍ତି, ସୁଆଣ୍ଡୋ ପ୍ରକଳ୍ପ କାମ ପ୍ରାୟ ଶେଷ ହୋଇଯାଇଛି। ଯେଉଁ ଛୋଟମୋଟ କାମ ବାକି ରହିଛି, ତାହା ସପ୍ତାହେ ଭିତରେ ଶେଷ ହୋଇଯିବ। ପ୍ରକଳ୍ପର ଅନନ୍ୟ ରୂପ ସମସ୍ତଙ୍କୁ ଭଲ ଲାଗିବ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/01/1-pattnaika-chhaka-re-thiba-information-centre.jpg)