୩୩ହଜାର ୟୁନିଟ୍ ରକ୍ତ ସଂଗ୍ରହ ପାଇଁ ଲକ୍ଷ୍ୟ
ପ୍ରତି ଡାକ୍ତରଖାନାରେ ଖୋଲିବ ସ୍ବତନ୍ତ୍ର ହେଲ୍ପ ଡେସ୍କ
ଭୁବନେଶ୍ବର : ‘ଓଡ଼ିଶା-ମୋ ପରିବାର’ ତରଫରୁ ଜାନୁଆରୀ ୨୩ ନେତାଜୀ ଜୟନ୍ତୀଠାରୁ ଏପ୍ରିଲ ୧୭ ବିଜୁବାବୁଙ୍କ ଶ୍ରାଦ୍ଧତିଥି ପର୍ଯ୍ୟନ୍ତ ଏକ ସ୍ୱତନ୍ତ୍ର ରକ୍ତଦାନ ଅଭିଯାନ କରାଯିବ। ଏହାର ଆବାହକ ଅରୁପ ପଟ୍ଟନାୟକ ଏ ନେଇ ସୂଚନା ଦେଇଛନ୍ତି।
ଶୁକ୍ରବାର ଶ୍ରୀ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ଓଡ଼ିଶା-ମୋ ପରିବାର ଦାୟିତ୍ୱରେ ଥିବା ବିଜେଡ଼ି ଉପ-ସଭାପତି ଦେବୀ ପ୍ରସାଦ ମିଶ୍ର, ବିଜେଡି ସାଧାରଣ ସଂପାଦକ ଅତନୁ ସବ୍ୟସାଚୀ ନାୟକ ପ୍ରମୁଖ ଉପସ୍ଥିତ ଥିଲେ। ଏ ସଂକ୍ରାନ୍ତ ନିଷ୍ପତ୍ତିକୁ ବିଜେଡି ସଭାପତି ନବୀନ ପଟ୍ଟନାୟକ ଅନୁମୋଦନ ଦେଇଛନ୍ତି।
ଏହି ସମୟରେ ମଧ୍ୟରେ ସର୍ବନିମ୍ନ ୩୩ ହଜାର ୟୁନିଟ୍ ରକ୍ତ ସଂଗ୍ରହ ଲାଗି ଲକ୍ଷ୍ୟ ରଖାଯାଇଛି। କେବଳ ସେତିକି ନୁହେଁ, ନେତାଜୀ ଜୟନ୍ତୀ ଠାରୁ ରୋଗୀମାନଙ୍କୁ ସହଯୋଗ ଦେବା ଲାଗି ରାଜ୍ୟର ପ୍ରମୁଖ ଚିକିତ୍ସାଳୟରେ ସ୍ୱତନ୍ତ୍ର ହେଲ୍ପ ଡେସ୍କ ଖୋଲିବ।
ପ୍ରଥମ ପର୍ଯ୍ୟାୟରେ କଟକ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡ଼ିକାଲ କଲେଜ ହସ୍ପିଟାଲ ଓ ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲରେ କାଲିଠାରୁ ଏହା କାର୍ଯ୍ୟକାରୀ ହେବ। କଟକ ବଡ଼ମେଡ଼ିକାଲ ପାଇଁ ସନ୍ଦୀପ ରଥ (୬୩୭୧୯୬୩୮୯୭) ଓ କ୍ୟାପିଟାଲ ହସପିଟାଲ ପାଇଁ ବିକାଶ ବେହେରା (୯୭୭୮୭୭୪୭୭୭) ନାମକ ଦୁଇଜଣଙ୍କୁ ନିଯୁକ୍ତି ଦିଆଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/07/blood-donate.jpg)