ବ୍ରହ୍ମପୁର : ପ୍ରତି ବର୍ଷ ଭଳି ଜାତୀୟ ନୌସେନା ଦିବସ ଅବସରରେ ସାମନ୍ତରାୟ ଏକାଡ଼େମୀ ଏବଂ ସମ୍ବାଦ ଓ ଆମ ଓଡ଼ିଶା ପକ୍ଷରୁ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ନବାଗତ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଏଥିପାଇଁ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଥିଲା। ଗୋଷାଣି ନୂଆଗାଁ ସ୍ଥିତ ସାମନ୍ତରାୟ ଏକାଡ଼େମୀର ମୁଖ୍ୟାଳୟରେ ଅନୁଷ୍ଠିତ ଏହି ଶିବିରରେ ମୋଟ ୧୭୧ୟୁନିଟ୍ ରକ୍ତ ସଂଗ୍ରହ ହୋଇଥିଲା। ଜଣେ ଭିନ୍ନକ୍ଷମ ଛାତ୍ରୀଙ୍କ ସମେତ ଅନୁଷ୍ଠାନର ଅନ୍ୟ ଛାତ୍ରଛାତ୍ରୀ, ପୁରାତନ ବିଦ୍ୟାର୍ଥୀ, କର୍ମକର୍ତ୍ତା, ଜଣେ ଯବାନ୍, ପୂର୍ବତନ ସ୍ଥଳସେନା ଏବଂ ନୌସେନା କର୍ମକର୍ତ୍ତା ଏହି ଶିବିରରେ ଯୋଗ ଦେଇ ରକ୍ତଦାନ କରିଥିଲେ। ଏକାଡେମୀର ନିର୍ଦ୍ଦେଶକ ଦେବେଶ୍ ସାମନ୍ତରାୟଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଅନୁଷ୍ଠିତ ଏହି ଶିବିରରେ ଉଦ୍ଘାଟକ ଭାବେ ଅବସରପ୍ରାପ୍ତ ପ୍ରାଣୀ ଚିକିତ୍ସା ଅଧିକାରୀ (ଭେଟନାରି ଅଫିସର୍) ଡା.ଲଳିତ ମୋହନ ସାମନ୍ତରାୟ ଯୋଗ ଦେଇ ଶିବିରାର୍ଥୀଙ୍କୁ ଉତ୍ସାହିତ କରିଥିଲେ।
ନୌସେନା ଦିବସରେ ସାମନ୍ତରାୟ ଏକାଡେମୀ ଓ ସମ୍ବାଦ-ଆମ ଓଡ଼ିଶା ଶିବିର, ୧୭୧ ୟୁନିଟ୍ ରକ୍ତ ସଂଗୃହୀତ
/sambad/media/post_attachments/wp-content/uploads/2018/12/blood-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)