ଦଶପଲ୍ଲା: ରବିବାର ପାହାନ୍ତାରେ ଖୋର୍ଦ୍ଧା-ବଲାଙ୍ଗୀର ୫୭ ନମ୍ବର ଜାତୀୟ ରାଜପଥ ଅନ୍ତର୍ଗତ ସୁବଳୟା ଛକ ନିକଟରେ ଗୋଟିଏ ଟ୍ରକ୍‌ ଓ ବସ୍‌ ପରସ୍ପର ସହ ଧକ୍କା ଖାଇବାରୁ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି।

Advertisment

ରାତି ପ୍ରାୟ ୩: ୩୦ ମିନିଟ୍‌ ସମୟରେ ଘରୋଇ ଯାତ୍ରୀବାହୀ ବସ୍‌ ମାଣିକେଶ୍ୱରୀ ଫୁଲବାଣୀରୁ ଭୁବନେଶ୍ୱର ଆସୁଥିବା ସମୟରେ ସେହି ରାସ୍ତାରେ ବିଲାତିବାଇଗଣ ଓ ଶିମଳା ଲଙ୍କା ନେଇ ଆସୁଥିବା ଗୋଟାଏ ଆଇସର୍‌ ଟ୍ରକ୍‌ ତା’ ପଛରେ ଧକ୍କା ଖାଇଥିଲା। ଧକ୍କାର ପ୍ରଭାବରେ ଟ୍ରକ୍‌ର ସାମନା ପଟ କ୍ଷତିଗ୍ରସ୍ତ ହେବା ସହ ଡ୍ରାଇଭର୍‌ ଚାପି ହୋଇ ମରି ଯାଇଛି।

publive-image

ଖବର ପାଇ ସକାଳୁ ଦଶପଲ୍ଲା ପୁଲିସ ଓ ଦମକଳ ବାହୀନି ଘଟନାସ୍ଥଳରେ ପହଞ୍ଚି ଭଙ୍ଗା ଟ୍ରକ୍‌ରେ ଚାପି ହୋଇ ରହିଥିବା ଚାଳକଙ୍କ ଶବ ଉଦ୍ଧାର କରୁଛନ୍ତି।

ମୃତ ଡ୍ରାଇଭରଙ୍କର ପରିଚୟ ମିଳି ନାହିଁ। କେଉଁ କାରଣରୁ ଦୁର୍ଘଟନା ଘଟିଲା ତାହା ମଧ୍ୟ ଜଣାନାହିଁ।

ଦୁର୍ଘଟନାଗ୍ରସ୍ତ ବସ୍‌ଟି ଖାଲି ହୋଇଯାଇଥିବାରୁ ଯାତ୍ରୀମାନେ ଅନ୍ୟ କୌଣସି ଯାନବାହନରେ ସେମାନଙ୍କର ଗନ୍ତବ୍ୟସ୍ଥଳକୁ ଚାଲି ଯାଇଛନ୍ତି।