ଟିକିରି: ଗାଧୋଇବା ସମୟରେ ରାୟଗଡା ଜିଲ୍ଲା କାଶୀପୁର ବ୍ଲକ ମାଇକଞ୍ଚ ପଞ୍ଚାୟତ ଅନ୍ତର୍ଗତ କୁଟ୍ରୁଝିରି ଗ୍ରାମର ୨ଜଣ ନାବାଳିକାଙ୍କ ପୋଖରୀରେ ବୁଡ଼ି ମୃତ୍ୟୁ ଘଟିଛି। ସୂଚନା ଅନୁଯାୟୀ, କୁଟ୍ରୁଝିରି ଗ୍ରାମର ଶଙ୍କର ନାଏକଙ୍କ ଝିଅ କଳସୀ(୭) ଓ କାର୍ମୁ ମାଝୀଙ୍କ ଝିଅ ତୁଳସୀ(୮) ଆଜି ଅପରାହ୍ନରେ ଗାଁ ନିକଟସ୍ଥ ପୋଖରୀକୁ ଗାଧୋଇବାକୁ ଯାଇଥିଲେ। ତେବେ ଦୀର୍ଘ ସମୟ ପରେ ଘରକୁ ନଫେରିବାରୁ ପରିବାର ଲୋକ ବ୍ୟସ୍ତ ବିବ୍ରତ ହୋଇ ଖୋଜାଖୋଜି କରିଥିଲେ। ଗାଁ ନିକଟସ୍ଥ ପୋଖରୀ ହୁଡାରେ ଉଭୟଙ୍କ ପୋଷାକ ଥିବା ଦେଖିବା ପରେ ପରିବାର ଲୋକ ଓ ଗ୍ରାମବାସୀ ପୋଖରୀ ଭିତରେ ଖୋଜାଖୋଜି କରିଥିଲେ। କିଛି ସମୟ ଖୋଜିବା ପରେ ପୋଖରୀରୁ ଉଭୟଙ୍କ ଶବ ଉଦ୍ଧାର ହୋଇଥିଲା। ଏନେଇ କାଶୀପୁର ଥାନାରେ ଏତଲା ଦିଆଯିବା ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରି ତଦନ୍ତ ଆରମ୍ଭ କରିଛି।
ପୋଖରୀରେ ବୁଡ଼ି ୨ନାବାଳିକା ମୃତ
/sambad/media/post_attachments/wp-content/uploads/2018/10/Catoosa-pond.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)