ଭୁବନେଶ୍ୱର : ପରିବେଶ ପ୍ରଦୂଷଣ, ବିଶ୍ୱ ଜଳବାୟୁ ପରିବର୍ତ୍ତନ, ଉତ୍ତାପ ବୃଦ୍ଧି ଆଦି ରୋକିବା ପାଇଁ ବ୍ୟାପକ ବୃକ୍ଷରୋପଣର ଭୂମିକା ରହିଛି। ଆସନ୍ତା ନୂଆବର୍ଷରୁ ପ୍ରତ୍ୟେକ ବ୍ୟକ୍ତି ଗଛଟିଏ ଲଗାଇ ଏହି ଅଭିଯାନ ଆରମ୍ଭ କରିବା ପାଇଁ ଆଜି ହୋଟେଲ୍ ଚନ୍ଦନଠାରେ ଆାୟୋଜିତ ସାମ୍ବାଦିକ ସମ୍ମିଳନୀରେ ପ୍ରେରଣା ଗ୍ରିନ୍ ଆର୍ମିର କମାଣ୍ଡାଣ୍ଟ ଇନ୍ ଚିଫ୍ ଡ. ଦିଲ୍ଲୀପ ଶ୍ରୀଚନ୍ଦନ ଆହ୍ବାନ ଦେଇଛନ୍ତି। ଏହି ଅଭିଯାନରେ ଭାରତର ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, କେନ୍ଦ୍ର ମନ୍ତ୍ରିମଣ୍ଡଳର ସମସ୍ତ ସଦସ୍ୟ, ଓଡ଼ିଶାର ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ, ରାଜ୍ୟ ମନ୍ତ୍ରିମଣ୍ଡଳର ସମସ୍ତ ସଦସ୍ୟ, ସାଂସଦ, ବିଧାୟକଙ୍କ ସମେତ ଜିଲ୍ଲାପରିଷଦମାନଙ୍କର ଅଧ୍ୟକ୍ଷ ଓ ପୌରପରିଷଦର ଅଧ୍ୟକ୍ଷ ଯୋଗଦାନ କରି ନୂଆବର୍ଷରେ ଗଛଟିଏ ଲଗାଇବା ପାଇଁ ସହମତି ପ୍ରଦାନ କରିଛନ୍ତିି। ଏଥିପାଇଁ ପ୍ରେରଣା ଗ୍ରିନ୍ ଆର୍ମିର ଜିଲ୍ଲା ଗ୍ରିନ୍ କମାଣ୍ଡାଣ୍ଟ, ବ୍ଲକ୍ ଗ୍ରିନ୍ ମେଜର ଓ ପଞ୍ଚାୟତ ଗ୍ରିନ୍ କ୍ୟାପଟେନ୍ମାନେ ଆବଶ୍ୟକ ଗଛଚାରା ଯୋଗାଇ ଦେବେ। ଏହି ଅଭିଯାନରେ ପ୍ରେରଣାର ରାଜ୍ୟରେ ଥିବା ୩୦ ହଜାର ଗ୍ରିନ୍ ଆର୍ମି, ବିଭିନ୍ନ ସ୍କୁଲ୍ ଓ କଲେଜର ଏନ୍ସିସି, ଏନ୍ଏସ୍ଏସ୍ ଓ ସ୍କାଉଟ୍ ଗାଇଡ୍, ରେଡକ୍ରସ୍ ଏବଂ ଇକୋ କ୍ଲବ୍ର ସ୍ବେଚ୍ଛାସେବୀମାନେ ସାମିଲ ହେବେ ବୋଲି ଶ୍ରୀ ଶ୍ରୀଚନ୍ଦନ କହିଛନ୍ତି। ଏ ସଂପର୍କରେ ଅଧିକ ସୂଚନା ପାଇଁ ଗ୍ରିନ୍ କମାଣ୍ଡାଣ୍ଟ ରମାକାନ୍ତ ମହାପାତ୍ରଙ୍କୁ (୯୯୩୭୩୪୦୯୪୫), ଅବନୀକାନ୍ତ ଜେନାଙ୍କୁ(୮୩୩୯୯୯୨୭୭୭), କେକି ପଟ୍ଟନାୟକଙ୍କୁ(୭୬୦୮୯୦୭୭୪୧) ଓ ତ୍ରିନାଥ ମୁଦୁଲିଙ୍କୁ (୯୪୩୭୩୯୧୪୯୧)ରେ ଯୋଗାଯୋଗ କରିବାକୁ କୁହାଯାଇଛି। ଓଡ଼ିଶା ବୀର ମହାସଂଘର ସଭାପତି ଡ. ପ୍ରକାଶ ଶ୍ରୀଚନ୍ଦନ, ସ୍ମାଇଲ୍ ପ୍ଲିଜ୍ର ସଂପାଦକ ଋଷି ପଟ୍ଟନାୟକ, ଅଧ୍ୟାପିକା ଅନୁପମା ଚମ୍ପତ୍ତିରାୟ, ଗ୍ରିନ୍ କମାଣ୍ଡେଣ୍ଟ ନିରଞ୍ଜନ ସାହୁ, ଆଶିଷ ବରିଷଲ, ନିରଞ୍ଜନ ମୁଦୁଲି ପ୍ରମୁଖ ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ଥିଲେ।
ପ୍ରେରଣା ଗ୍ରିନ୍ ଆର୍ମି ପକ୍ଷରୁ ‘ପୃଥିବୀ ବଞ୍ଚାଅ’ ଅଭିଯାନ, ନୂଆବର୍ଷରେ ପ୍ରତ୍ୟେକ ଓଡ଼ିଶାବାସୀଙ୍କୁ ଗଛ ଲଗାଇବାକୁ ପରାମର୍ଶ
/sambad/media/post_attachments/wp-content/uploads/2019/06/tree-aaa.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)