ଇବ୍‌ଥର୍ମାଲ: ଝାରସୁଗୁଡ଼ା ଉପଜିଲ୍ଲାପାଳଙ୍କ ଆଦେଶକ୍ରମେ ଶୁକ୍ରବାର ସନ୍ଧ୍ୟା ୭.୩୦ମି.ରୁ ବନ୍ଧବାହାଲରେ ୧୪୪ ଧାରା ଜାରି ହୋଇଛି। ବନହରପାଲି ଆଇଆଇସି ଆନ୍ନା ମିଞ୍ଜଙ୍କ ସୂଚନା ଅନୁସାରେ ସ୍ଵାଧୀନ କମ୍ପ୍ଲେକ୍ସରୁ କର୍ପାବାହାଲ ରାସ୍ତାରେ ୫୦୦ମିଟରେ ରେଡିଅସ୍ ମଧ୍ୟରେ ୧୪୪ ଧାରା ଜାରି କରାଯାଇଛି। ଏହା ସେପ୍ଟେମ୍ବର ୫ ତାରିଖ ପର୍ଯ୍ୟନ୍ତ ବଳବତ୍ତର ରହିବ। ଏହି ସମୟ ମଧ୍ୟରେ ୫ ଜଣ ଲୋକରୁ ଅଧିକ ଲୋକ ସେ ଅଞ୍ଚଳରେ ଏକତ୍ରିତ ହୋଇପାରିବେ ନାହିଁ। ସନ୍ଧ୍ୟାରେ ପୁଲିସ ଫୋର୍ସ ମାର୍ଚ୍ଚପାଷ୍ଟ କରିଛନ୍ତି। ବନ୍ଧବାହାଲରେ ୨ ପ୍ଲାଟୁନ ଫୋର୍ସ ମୁତୟନ ଅଛନ୍ତି। ବନ୍ଧବାହାଲ ପରିସ୍ଥିତ ଆଜି ସ୍ୱାଭାବିକ ରହିଛି।

Advertisment