ଖଲ୍ଲିକୋଟ: ଆଜି ସନ୍ଧ୍ୟାରେ ଖଲ୍ଲିକୋଟ ଥାନା ତୁଳସୀପୁର ଗ୍ରାମର କରୁଣା ପାହାନଙ୍କ ପୁଅ ପବିତ୍ର(୧୦) ସ୍ଥାନୀୟ ବାତ୍ୟା ଆଶ୍ରୟସ୍ଥଳୀରେ ଲାଗିଥିବା ଗ୍ରୀଲରେ ଖେଳୁଥିବା ସମୟରେ ଗ୍ରୀଲଟି ଛିଡ଼ି ତାଙ୍କୁ ମାଡ଼ି ବସିଥିଲା। ଫଳରେ ସେ ଲୁହା ଗ୍ରୀଲ୍ ତଳେ ଚାପି ହୋଇଯାଇଥିଲେ। ଗୁରୁତର ଭାବେ ତାଙ୍କୁ ଖଲ୍ଲିକୋଟ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ହେଲେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ପବିତ୍ର ପଞ୍ଚମଶ୍ରେଣୀରେ ପଢୁଥିଲା। ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।