ଭୁବନେଶ୍ବର: କେମିତି ସମ୍ପତି ଠୁଳ କରିଥିଲେ ଓଡ଼ିଶା ଷ୍ଟାଫ୍ ସିଲେକ୍ସନ କମିସନ ସଦସ୍ୟଙ୍କ ପିଏସ ବିରଞ୍ଚି ନାରାୟଣ ସାହୁ । ଏହାର ଗୁମର ଖୋଲିବ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ବିରଞ୍ଚିଙ୍କ ବିରୋଧରେ ବେଆଇନ ଟଙ୍କା କାରବାର ମାମଲା ହୋଇଥିବା କହିଛନ୍ତି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଯୁଗ୍ମ ନିର୍ଦ୍ଦେଶକ । ତେଣୁ ଏବେ ଭିଜିଲାନ୍ସ ସହ ମିଶି ବେଆଇନ ଟଙ୍କା କାରବାରର ତଦନ୍ତ କରିବ ଇଡି ।
ଓଡ଼ିଶା ଷ୍ଟାଫ ସିଲେକ୍ସନ କମିସନ ନିଯୁକ୍ତିରେ ବଡ଼ ଧରଣର ଲାଞ୍ଚ କାରବାର ହେଉଥିବା ଓ ବିରଞ୍ଚି ସାହୁଙ୍କ ଏଥିରେ ସଂପୃକ୍ତି ଥିବା ନେଇ ଅଭିଯୋଗ ବଢ଼ିବାରେ ଲାଗିଛି । ବିଭିନ୍ନ ତଥ୍ୟ ପ୍ରମାଣ ସହ ପ୍ରାୟ ୩ ଜଣ ଚାକିରୀ ଆଶାୟୀ ଭିଜିଲାନ୍ସରେ ଅଭିଯୋଗ କରିଛନ୍ତି । ତେଣୁ ଏବେ ମାମଲାରେ ଇଡି ପ୍ରବେଶ କରିଛି । ଆୟ ବହିର୍ଭୂତ ସମ୍ପତି ଠୁଳ ମାମଲାରେ ଗିରଫ ଓଡ଼ିଶା ଷ୍ଟାଫ୍ ସିଲେକ୍ସନ କମିସନ ସଦସ୍ୟଙ୍କ ପିଏସ ବିରଞ୍ଚି ନାରାୟଣ ସାହୁଙ୍କ ସମ୍ପତ୍ତିର ଖୋଳତାଡ଼ ହେବ । ଏଥିପାଇଁ ଆଜିଠାରୁ ତାଙ୍କୁ ୪ ଦିନିଆ ରିମାଣ୍ଡରେ ନେଇଛି ଭିଜିଲାନ୍ସ ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/08/Appointment-Fraud_Thumbnail-copy.jpg)