ଭଣ୍ତାରିପୋଖରୀ/ଭଣ୍ତାରିପୋଖରୀ-୧ : ଭଦ୍ରକ ଜିଲ୍ଲା ଭଣ୍ତାରିପୋଖରୀ ଥାନା ଅଧୀନ ୧୬ ନମ୍ବର ଜାତୀୟ ରାଜପଥର ତୋରତ ପୋଲ ନିକଟରେ ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏଥିରେ ଅବସରପ୍ରାପ୍ତ ଶିକ୍ଷକ ତଥା ଭଣ୍ତାରିପୋଖରୀ ‘ସମ୍ବାଦ ସାହିତ୍ୟ ଘର’ ସଭାପତି ସୁରେନ୍ଦ୍ର ନାଥ ଦାସଙ୍କ ପରଲୋକ ହୋଇଛି। ଫଳରେ ସ୍ଥାନୀୟ ଲୋକ ଉତ୍ତ୍ୟକ୍ତ ହୋଇ ରାସ୍ତା ଅବରୋଧ କରିଛନ୍ତି।
ମିଳିଥିବା ସୂଚନା ଅନୁଯାୟୀ; ଦକ୍ଷିଣବାଡ଼ ଗ୍ରାମର ଅବସରପ୍ରାପ୍ତ ଶିକ୍ଷକ ତଥା ଭଣ୍ତାରିପୋଖରୀ ‘ସମ୍ବାଦ’ ସାହିତ୍ୟଘର ଶାଖାର ସଭାପତି ସୁରେନ୍ଦ୍ର ନାଥ ଦାସ ରାଜପଥ ପାର୍ଶ୍ବରେ ଥିବା ଏକ ବ୍ୟାଙ୍କରୁ କାର୍ଯ୍ୟ ସାରି ସାଇକେଲ୍ ଯୋଗେ ଘରକୁ ଫେରୁଥିଲେ। ଏହି ସମୟରେ ଦ୍ରୁତଗତିରେ ଆସୁଥିବା ଏକ କଣ୍ଟେନର (ଏନ୍ଏଲ୍-୦୧-ଏଏ-୬୭୨୫) ତାଙ୍କ ଉପରେ ଚଢ଼ିଯାଇଥିଲା। ଫଳରେ ଘଟଣାସ୍ଥଳରେ ହିଁ ଶ୍ରୀ ଦାସଙ୍କ ପରଲୋକ ହୋଇଯାଇଥିଲା।
ଶ୍ରୀ ଦାସଙ୍କ ମୃତ୍ୟୁ ଖବର ପ୍ରଚାରିତ ହେବା ପରେ ବିଧାୟକ ପ୍ରଫୁଲ୍ଲ ସାମଲ, ‘ସମ୍ବାଦ’ର ସଂପାଦକ ତଥା ଖଣ୍ଡପଡ଼ା ବିଧାୟକ ସୌମ୍ୟରଂଜନ ପଟ୍ଟନାୟକ, ପଞ୍ଚାୟତ ସମିତି ଅଧ୍ୟକ୍ଷା ମ˚ଜୁଶ୍ରୀ ବେହେରା, ବିଜେପି ନେତା ବଦ୍ରୀ ନାରାୟଣ ଧଳ, ‘ସମ୍ବାଦ ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ତଥା ପ୍ରକାଶକ କମଳାକାନ୍ତ ମହାପାତ୍ର, ‘ସମ୍ବାଦ’ ବାର୍ତା ବିଭାଗ ମହାପ୍ରବନ୍ଧକ ଅରବିନ୍ଦ ଦାସ, ‘ସମ୍ବାଦ’ ମାନବସମ୍ବଳ ବିଭାଗ ଉପ-ମହାପ୍ରବନ୍ଧକ ବୈଜୟନ୍ତୀ କର, ‘ସମ୍ବାଦ’ ସାହିତ୍ୟଘରର ରାଜ୍ୟ ସ˚ଯୋଜିକା ତଥା ଓଡ଼ିଶା ସାହିତ୍ୟ ଏକାଡେମୀର କାର୍ଯ୍ୟକାରୀ ସମିତି ସଭ୍ୟ ଡ. ଶୁଭଶ୍ରୀ ଲେଙ୍କା, ‘ସମ୍ବାଦ’ ଉତ୍ତର ଓଡ଼ିଶା ସଂସ୍କରଣ ଉପ-ମହାପ୍ରବନ୍ଧକ ଗୌତମ ଶଙ୍କର ସ୍ବାଇଁ, ‘ସମ୍ବାଦ’ ଭଦ୍ରକ ଜିଲ୍ଲା ପ୍ରତିନିଧି ଡ. ହରିହର ନାୟକ ପ୍ରମୁଖ ଶୋକ ପ୍ରକାଶ କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/12/bhandaripokhari.jpg)