ବାଲେଶ୍ବର: ‘ସମ୍ବାଦ ଓ ଏହାର ସମ୍ପାଦକ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ବିରୋଧରେ ସରକାରୀ କଳ ଦ୍ବାରା ଚାଲିଥିବା ଆକ୍ରୋଶମୂଳକ କାର୍ଯ୍ୟାନୁଷ୍ଠାନକୁ ଦୃଢ ବିରୋଧ କରିଛନ୍ତି ବାଲେଶ୍ବର ଜିଲ୍ଲାର ବିଭିନ୍ନ ସାମ୍ବାଦିକ ସଂଘ। ଆଜି ଅପରାହ୍‌ଣରେ ସଂଘର କର୍ମକର୍ତ୍ତା ଓ ସଦସ୍ୟ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଏକାଠି ହୋଇଥିଲେ। ‘ସମ୍ବାଦ ଉପରେ ଆକ୍ରୋଶମୂଳକ କାର୍ଯ୍ୟାନୁଷ୍ଠାନ ସବୁ ସୀମା ଉଲ୍ଲଂଘନ କରିଛି। ଗଣମାଧ୍ୟମର କଣ୍ଠରୋଧ ପାଇଁ ସରକାରୀ କଳ ଚଳାଇଥିବା ଉଦ୍ୟମ ଅତ୍ୟନ୍ତ ଦୁଭାର୍ଗ୍ୟଜନକ ବୋଲି ଗଣମାଧ୍ୟମ ପ୍ରତିନିଧିମାନେ କହିଥିଲେ। ରାଜ୍ୟରେ ମନ୍ତ୍ରୀ ଓ ବିଧାୟକମାନେ ସମସ୍ତେ ପାଟିଚୁପ୍‌ କରି ବସଥିବା ବେଳେ ଜଣେ ଅଣଓଡ଼ିଆ ସଚିବ ହେଲିକପ୍ଟରରେ ରାଜ୍ୟ ବୁଲୁଛନ୍ତି। ସ୍ଥାନୀୟ ବିଧାୟକ ଓ ନେତାମାନେ ମଞ୍ଚ ବାନ୍ଧିବା ପରେ ସଚିବ ପ୍ରାୟୋଜିତ ଅଭିଯୋଗ ଶୁଣୁଛନ୍ତି। ମୁଖ୍ୟମନ୍ତ୍ରୀ କେହି ଗୃହବନ୍ଦୀ। ‘ସମ୍ବାଦ’ର ସଂପାଦକ ନିଜ ସମ୍ପାଦକୀୟ ମାଧ୍ୟମରେ ଏହାକୁ ଲୋକଲୋଚନକୁ ଆଣିଥିଲେ।

Advertisment

ଏହା ଅଣଓଡ଼ିଆ ଅଧିକାରୀଙ୍କୁ ବେଶ୍‌ ବାଧିଛି। ଯେଉଁଥି ପାଇଁ ‘ସମ୍ବାଦ ବିରୋଧରେ ନାନା ଷଡ଼୍‌ଯନ୍ତ୍ର କରାଯାଉଛି। ଏହି ଘଟଣାକୁ ସଂଘ ପକ୍ଷରୁ କଡ଼ା ନିନ୍ଦା କରାଯାଇଛି। ଗଣମାଧ୍ୟମ ପ୍ରତିନିଧିମାନେ ଜିଲ୍ଲାପାଳ ଦତ୍ତାତ୍ରୟ ଭାଉସାହେବ ଶିନ୍ଦେଙ୍କୁ ଭେଟି ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ ଓ ମୁଖ୍ୟଶାସନ ସଚିବଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରିଥିଲେ। ଏଥିରେ ବରିଷ୍ଠ ସାମ୍ବାଦିକ ଶିବଦାସ କୁଣ୍ଡୁ, ଉବାଚକ ମହାନ୍ତି, ଶୁଭେନ୍ଦୁ ଦାସ, ଦେବବ୍ରତ ପାଣିଗ୍ରାହୀ, ରଶ୍ମିରଞ୍ଜନ ଦାସ, ସାମ୍ବାଦିକା ସୁମନା ପରିଡ଼ା, ଉଜ୍ଜ୍ବଳ କର, ବ୍ରହ୍ମାନନ୍ଦ ସ୍ବାଇଁ, ଗୟାଧର କର, ଡ. ଜଗନ୍ନାଥ ଖଟୁଆ, ରୁଦ୍ରରଞ୍ଜନ ଶେଜପଡ଼ା, ଅଭୟ ଦାସ, ରତିକାନ୍ତ ପାତ୍ର, ପ୍ରକାଶ ସାହୁ, ଆଲୋକ କୁମାର ବାରିକ, ଗୋପାଲ ଆଶ୍‌, ମନୋଜ କୁମାର ରାଉଳ, ବିବେକାନନ୍ଦ ଦାସ, ମନୋଜ ବିଶ୍ବାଳ, ବିପିନ ବିହାରୀ ଦାସ, ଅରୁପ ନାରାୟଣ ମହାନ୍ତି, ବିନାୟକ ମହାପାତ୍ର, କଞ୍ଜମଣି ସ୍ବାଇଁ, ଚିତ୍ତରଞ୍ଜନ ନାୟକ, ରିଜୁଆନ୍‌ ମଲ୍ଲିକ, ଗୁରୁପ୍ରସାଦ ବାରିକ, ସଞ୍ଜିତ କୁମାର ଘୋଷ, ପ୍ରଦୀପ ବେରା, ତପନ ଦାସ ପ୍ରମୁଖ ସାମିଲ ହୋଇଥିଲେ।