ଭୁବନେଶ୍ୱର: ରାଜ୍ୟରେ ପ୍ରତିବର୍ଷ ଛାତ୍ରଛାତ୍ରୀଙ୍କ ସଂଖ୍ୟା ବଢ଼ୁଥିବା ବେଳେ ରାଜ୍ୟ ସରକାର ୯୬୬ଟି ପ୍ରାଥମିକ ବିଦ୍ୟାଳୟ ବନ୍ଦ କରିବାକୁ ନେଇଥିବା ନିଷ୍ପତ୍ତି ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ତେଣୁ ଏହି ନିଷ୍ପତ୍ତିକୁ ତୁରନ୍ତ ପ୍ରତ୍ୟାହାର କରାଯିବା ଦାବିରେ ଏଆଇଡିଏସ୍ଓ ପକ୍ଷରୁ ଆଜି ବିଧାନସଭା ସମ୍ମୁଖରେ ବିକ୍ଷୋଭ କରାଯାଇଛି। ଏହାସହ ଅନୁଷ୍ଠାନ ପକ୍ଷରୁ ରାଜ୍ୟ ସ୍କୁଲ ଓ ଗଣ ଶିକ୍ଷାମନ୍ତ୍ରୀଙ୍କୁ ଏ ସଂପର୍କିତ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି। ଶିକ୍ଷାର ଘରୋଇକରଣ, ସରକାରୀ ସ୍କୁଲଗୁଡ଼ିକ ପ୍ରତି ସରକାରୀ ଉଦାସୀନତା ତଥା ଜନସାଧାରଣଙ୍କ ଅର୍ଥନୈତିକ ବିକାଶ ନ ହେବା ଯୋଗୁଁ ରାଜ୍ୟର ପ୍ରାଥମିକ ଶିକ୍ଷା ବିପର୍ଯ୍ୟସ୍ତ ହୋଇପଡ଼ିଛି। କ୍ରମାଗତ ସରକାରୀ ଅବହେଳା ଯୋଗୁଁ ସରକାରୀ ସ୍କୁଲରେ ଆବଶ୍ୟକ ସଂଖ୍ୟକ ଶିକ୍ଷକ ନାହାନ୍ତି। ଭିତ୍ତିଭୂମିର ବିକାଶ ହେଉନାହିଁ। ଶିକ୍ଷକମାନଙ୍କୁ ମଧ୍ୟ ଶିକ୍ଷାଦାନ ଭିନ୍ନ ବିଭିନ୍ନ କାମରେ ଲଗାଯାଉଛି। ଏହିସବୁ ସମସ୍ୟାଗୁଡ଼ିକୁ ସମାଧାନ ନ କରି ୯୬୬ ସରକାରୀ ପ୍ରାଥମିକ ବିଦ୍ୟାଳୟ ବନ୍ଦ କରିଦେବା ସରକାରଙ୍କ ଜନସ୍ୱାର୍ଥ ବିରୋଧୀ ପଦକ୍ଷେପ ବୋଲି ଏଆଇଡିଏସ୍ଓ ରାଜ୍ୟ ସଭାପତି ଗଣେଶ ତ୍ରିପାଠୀ କହିଛନ୍ତି। ଏହି ବିକ୍ଷୋଭରେ ଅନ୍ୟମାନଙ୍କ ମଧ୍ୟରେ ସମ୍ପାଦକ ସୁବାସ ନାୟକ, ଉପସଭାପତି ସୋମନାଥ ବେହେରା, ସିଦ୍ଧାର୍ଥ ରଥ, ଜୟନ୍ତ ମହାନ୍ତି, ରେଖା ଦଣ୍ଡପାଟ, ଭାଗ୍ୟରବି ଦାସ, ଶିବାନୀ ମିଶ୍ର, ସସ୍ମିତା ସାହୁ, ପ୍ରଭାତୀ ମଲ୍ଲିକ, ସ୍ୱସ୍ତି ସଙ୍ଗୀତା ଦଳାଇ ଓ ସପ୍ତର୍ଷିନୀ ରାଉଳ ପ୍ରମୁଖ ସାମିଲ ଥିଲେ।
୯୬୬ ସ୍କୁଲ ବନ୍ଦ ନିଷ୍ପତ୍ତି ପ୍ରତ୍ୟାହାର ଦାବିରେ ବିକ୍ଷୋଭ
/sambad/media/post_attachments/wp-content/uploads/2019/07/Untitled-25-2.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)