ଭୁବନେଶ୍ୱର: ଓଡ଼ିଶା ପବ୍ଲିକ୍ ସର୍ଭିସ କମିସନ୍(ଓପିଏସ୍ସି) ପକ୍ଷରୁ ୫୦୦ ଆସିଷ୍ଟାଣ୍ଟ୍ ସେକ୍ସନ ଅଫିସର୍ ପଦବୀ ପାଇଁ ଆନୁଷ୍ଠାନିକ ନିଯୁକ୍ତି ବିଜ୍ଞପ୍ତି ବାହାରିଛି। ଆଗ୍ରହୀମାନେ ଏହି ପରୀକ୍ଷା ସକାଶେ ଅନ୍ଲାଇନ୍ରେ ମଧ୍ୟ ଆବେଦନ କରିପାରିବେ। ଅନ୍ଲାଇନ୍ରେ ଆବେଦନ କରିବାର େଓ୍ଵବ୍ସାଇଟ୍ ହେଉଛି http://opsconline.gov.in। ଚଳିତବର୍ଷ ଅକ୍ଟୋବର ୧୦ ତାରିଖରୁ ନଭେମ୍ବର ୯ ତାରିଖ ଭିତରେ ଏହି ଆବେଦନ କରିବାକୁ ପଡ଼ିବ। ଏହି ପଦବୀ ପାଇଁ ମହିଳାଙ୍କ ପାଇଁ ୧୬୬ଟି ପଦ ସଂରକ୍ଷିତ ରହିଛି। ସେହିପରି ଅନୁସୂଚୀତ ଜାତି ଓ ଅନୁସୂଚୀତ ଜନଜାତିଙ୍କ ପାଇଁ ଯଥାକ୍ରମେ ୭୫(ମହିଳା୨୫) ଓ ୭୨(ମହିଳା ୨୪) ପଦ ସଂରକ୍ଷିତ ରହିଛି।
୨୧ ବର୍ଷରୁ ୩୨ ବର୍ଷ ବୟସ ଭିତରେ ଆଶାୟୀ ପ୍ରାର୍ଥୀ ଏହି ପଦ ପାଇଁ ଆବେଦନ କରିପାରିବେ। ପ୍ରାର୍ଥୀମାନେ ସର୍ବନିମ୍ନ କୌଣସି ସ୍ୱୀକୃତିପ୍ରାପ୍ତ ଶିକ୍ଷାନୁଷ୍ଠାନରୁ ବ୍ୟାଚେଲର୍ ଡିଗ୍ରି ହାସଲ କରିଥିବା ଜରୁରୀ। ଏହାବ୍ୟତୀତ କମ୍ପ୍ୟୁଟର୍ ଜ୍ଞାନକୁ ବି ପ୍ରାଧାନ୍ୟ ଦିଆଯାଇଛି। ଗୃହ ବିଭାଗ ଅଧୀନରେ ଥିବା ଓଡ଼ିଶା ସଚିବାଳୟରେ ନିଯୁକ୍ତି ମିଳିବ। ମାସିକ ଦରମା ସର୍ବନିମ୍ନ ୩୫,୪୦୦ରୁ ଆରମ୍ଭ। ଏହା ସ୍ଥାୟୀ ବର୍ଗର ଚାକିରି ଅଟେ।