ଆଇଆଇଏମ୍ କ୍ୟାମ୍ପସରେ ରହିବ ସମ୍ବଲପୁରୀ ଛାପ

ଭୁବନେଶ୍ବର : ସମ୍ବଲପୁର ସ˚ସ୍କୃତି ଓ ଐତିହ୍ୟର ଛାପ ରଖି ଇଣ୍ଡିଆନ ଇନଷ୍ଟିଚ୍ୟୁଟ୍ ଅଫ୍ ମ୍ୟାନେଜମେଣ୍ଟର ସ୍ଥାୟୀ କ୍ୟାମ୍ପସ ନିର୍ମାଣ ହେବ। ଅରୁନ୍ଧତୀ ଭଟ୍ଟାଚାର୍ଯ୍ୟଙ୍କ ଅଧ୍ୟକ୍ଷତାରେ ଆଜି ମୁମ୍ବାଇଠାରେ ବସିଥିବା ପରିଚାଳନାମଣ୍ତଳୀର ବୈଠକରେ ଏହି ନିଷ୍ପତ୍ତି ହୋଇଛି ା

ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢୀ ଓ ସଂସ୍ଥାର ନିର୍ଦେଶକ ମହାଦେବ ପ୍ରସାଦ ଜୟସ୍ବାଲ ଉପସ୍ଥିତ ଥିଲେ ା କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରାଳୟ ପକ୍ଷରୁ ସ୍ଥାୟୀ କ୍ୟାମ୍ପସ ପାଇଁ ୪୦୧ କୋଟି ୯୪ଲକ୍ଷ ମଞ୍ଜୁର ହୋଇଛି ା ୬୦୦ ଛାତ୍ରଛାତ୍ରୀଙ୍କ ଲାଗି ଏହି ଅତ୍ୟାଧୁନିକ କ୍ୟାମ୍ପସ ନିର୍ମାଣ ହେବ। ଏଥିରେ ଓଡିଶା ବିଶେଷକରି ସମ୍ବଲପୁରୀ କଳା ସ˚ସ୍କୃତିର ଛାପ ରହିବ। ବର୍ତମାନ ପରିବେଶ ଅନୁକୂଳ କୋଠା ନିର୍ମାଣ ଉପରେ ଗୁରୁତ୍ବ ଆରୋପ କରାଯାଉଛି। ନୂତନ କ୍ୟାମ୍ପସ ଏହି ଢାଞ୍ଚାରେ ନିର୍ମାଣ େହବ। ପ୍ରତିଷ୍ଠିତ ସ୍ଥପତିଙ୍କ ଦ୍ବାରା କୋଠାର ନକ୍ସା ପ୍ରସ୍ତୁତ ହେବ ଏବ˚ ସ୍ଥପତି ଓ ପରାମର୍ଶଦାତା ନିଯୁକ୍ତି ଟେଣ୍ତର ମାଧ୍ୟମରେ କରାଯିବ ା ବର୍ତମାନ ଦୁଇ ବର୍ଷିଆ ପ୍ରବନ୍ଧନ ସ୍ନାତକୋତ୍ତର ପାଠ୍ୟକ୍ରମ ପଢାଯାଉଛି ା ୨୦୧୮-୨୦ ବ୍ୟାଚରେ ଏହି ପାଠ୍ୟକ୍ରମରେ ନାମ ଲେଖାଇଥିବା ମୋଟ ୧୨୦ ଜଣଙ୍କ ମଧ୍ୟରେ ଜଣେ ହେଲେ ଛାତ୍ରୀ ନଥିବାରୁ ଆଗାମୀ ୨୦୧୯-୨୧ ପାଠ୍ୟକ୍ରମରେ ଯେଭଳି ଛାତ୍ରୀମାନେ ନାମ ଲେଖାଇବେ ସେଥିପାଇଁ ସେମାନଙ୍କ େକ୍ଷତ୍ରରେ କୋହଳ ବ୍ୟବସ୍ଥା ଗ୍ରହଣ କରିବାକୁ ବୋର୍ଡ ବୈଠକରେ ନିଷ୍ପତ୍ତି ହୋଇଛି।

୨୦୧୯-୨୦ ବର୍ଷରେ ଏଠାରେ ପିଏଚଡି ପାଠ୍ୟକ୍ରମ ଆରମ୍ଭ କରିବାର ପ୍ରସ୍ତାବ ରହିଛି। କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରାଳୟର ନିୟମ ଅନୁଯାୟୀ ପିଏଚଡି ପାଠ୍ୟକ୍ରମ ଆରମ୍ଭ କରାଗଲେ ଫେଲୋସିପ ଦ୍ବାରା ଛାତ୍ରଛାତ୍ରୀମାନଙ୍କର ପାଠପଢା ଖର୍ଚ୍ଚ ଭରଣା ହୋଇପାରିବ। ସେହିଭଳି ପ୍ରତିଷ୍ଠାନରେ ପ୍ରମୁଖ କର୍ପୋରେଟ ସ˚ସ୍ଥା ଓ ବିଶେଷଜ୍ଞ ଗୋଷ୍ଠୀ ମଧ୍ୟରୁ ନୂତନ ସଦସ୍ୟ ଭାବେ ସ୍ଥାନ ପାଇବେ ା ଏମାନଙ୍କ ମଧ୍ୟରେ ବଜାଜ ଆଲିଆଞ୍ଜ ଜୀବନ ବୀମାର ପରିଚାଳନା ନିେର୍ଦଶକ ତରୁଣ ଚୁଗ, ଏୟାରଟେଲର ଉପାଧ୍ୟକ୍ଷ ସୁଚେତା ମହାପାତ୍ର, ଟାଟା ଟ୍ରଷ୍ଟର ମୁଖ୍ୟ ପ୍ରଭାତ ପାଣି, ବୋଷ୍ଟନ କନସିଲଟିଙ୍ଗ ଗ୍ରୁପର ପରିଚାଳନା ନିର୍ଦେଶକ ଆଶିଷ ଗର୍ଗ ଏବ˚ ଜେଏସଡବ୍ଲୁ ଏନର୍ଜି ଲିମିଟେଡର ଅର୍ଥ ନିର୍ଦେଶକ ଜ୍ୟୋତି ଅଗ୍ରଵାଲ ପ୍ରମୁଖ ଅଛନ୍ତି ା

ସମ୍ବନ୍ଧିତ ଖବର