ଭୁବନେଶ୍ବର : ଆଗମନକାରୀଙ୍କୁ ଲୋକସେବା ଭବନ, ଖାରବେଳ ଭବନ, କୃଷି ଭବନ ଏବଂ ରାଜୀବ ଭବନ ମନା । କରୋନା କାୟା ବିସ୍ତାରକୁ ନଜରରେ ରଖି ରାଜ୍ୟ ସରକାରଙ୍କ ଗୃହ ବିଭାଗ ଏପରି କଟକଣା ଜାରି କରିଛନ୍ତି । ଜୁଲାଇ ୩୧ ତାରିଖ ଯାଏଁ ଏହି କଟକଣା ଜାରି ହୋଇଛି । ଏହା ସହିତ ପୂର୍ବରୁ ଜାରି ହୋଇଥିବା ପାସ୍ ଗୁଡ଼ିକ ଅଚଳ ହୋଇଯାଇଛି । କୌଣସି ବ୍ୟକ୍ତିଙ୍କର ଜରୁରୀ କାମ ଥିଲେ , ଗୃହ ବିଭାଗର ସ୍ୱତନ୍ତ୍ର ସଚିବଙ୍କ ଠାରୁ ସଂପୃକ୍ତ ବିଭାଗର ସଚିବଙ୍କ ଜରିଆରେ ଅନୁମତି ପାଇବା ପରେ ସେ ଲୋକସେବା ଭବନ, ଖାରବେଳ ଭବନ, କୃଷି ଭବନ ଏବଂ ରାଜୀବ ଭବନକୁ ପ୍ରବେଶ କରିପାରିବେ।
Sambad is now on WhatsApp
Join and get latest news updates delivered to you via WhatsApp
ରାଜ୍ୟର ବିଭିନ୍ନ ଜିଲ୍ଲାରୁ ଏଠାକୁ ଲୋକଙ୍କ ଯିବା ଆସିବା ରହୁଥିବାରୁ ସଂକ୍ରମଣ ରୋକିବାକୁ ଏପରି ନିଷ୍ପତ୍ତି ନିଆଯାଇଛି । ପୂର୍ବରୁ ମାର୍ଚ୍ଚ ମାସରେ ଯେତେବେଳେ କରୋନା ସଂକ୍ରମଣ ରାଜ୍ୟରେ ଦେଖା ଦେଇଥିଲା ସେତେବେଳେ ମଧ୍ୟ ସମାନ କଟକଣା ଲାଗୁ ହୋଇଥିଲା । ପରେ ଏଥିରେ କିଛିଟା କୋହଳ କରାଯାଇଥିଲା । ଏବେ ସଂକ୍ରମଣ ପୁଣି ବଢୁଥିବାରୁ ଲୋକସେବା ଭବନ, ଖାରବେଳ ଭବନ , କୃଷି ଭବନ ଏବଂ ରାଜୀବ ଭବନକୁ ପ୍ରବେଶ ପାଇଁ ଆଗନ୍ତୁକଙ୍କୁ ବାରଣ କରାଯାଇଛି ।