ଆଜି ଓଜେଇଇ ଫଳ

ଭୁବନେଶ୍ବର: ବୁଧବାର ପ୍ରକାଶ ପାଇବ ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା(ଓଜେଇଇ) ଫଳ। ମଧ୍ୟାହ୍ନ ୧୨ଟାରେ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ମନ୍ତ୍ରୀ ପ୍ରେମାନନ୍ଦ ନାୟକ ସଚିବାଳୟର ଦ୍ବିତୀୟ ମହଲାରେ ଥିବା ସାଧାରଣ ପ୍ରଶାସନ ବିଭାଗ ସମ୍ମିଳନୀ କକ୍ଷରେ ପରୀକ୍ଷା ଫଳ ପୁସ୍ତିକା ଉନ୍ମୋଚନ କରିବେ। ଉଭୟ ଅନ୍‌ଲାଇନ ଓ ଅଫ୍‌ଲାଇନ ପରୀକ୍ଷା ଫଳ ଏକାସଙ୍ଗେ ପ୍ରକାଶ ପାଇବ। ଚଳିତବର୍ଷ ଅଫ୍‌ଲାଇନରେ ୨୫ ହଜାର ୭୩୧ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ଅନ୍‌ଲାଇନରେ ୧୩ ହଜାର ୯୧୮ ଜଣ ପିଲା ପରୀକ୍ଷା ଦେଇଛନ୍ତି। ପରୀକ୍ଷା ଫଳ ପୁସ୍ତିକା ଉନ୍ମୋଚନ ହେବା ପରେ ପରୀକ୍ଷାର୍ଥୀ ଓଜେଇଇ ୱେବସାଇଟ୍‌ ‘www.ojee.nic.in’ ରେ ସେମାନଙ୍କ ରେଜଲ୍ଟ ଜାଣିପାରିବେ।

ସୂଚନାଯୋଗ୍ୟ ଯେ ଏମ୍‌ବିଏ, ଏମ୍‌ସିଏ, ଏମ୍‌.ଟେକ୍‌, ‌ଏମ୍‌.ଆର୍କ, ଏମ୍‌.ପ୍ଲାନ୍‌, ଏମ୍‌.ଫାର୍ମା ଓ ଲାଟେରାଲ ଏଣ୍ଟ୍ରି ଏମ୍‌ସିଏ ପାଠ୍ୟକ୍ରମରେ ନାମଲେଖା ଲାଗି ଗତ ୮ ଓ ୯ ତାରିଖରେ ପ୍ରଥମ ଥର ଲାଗି ଅନ୍‌ଲାଇନ୍‌ରେ ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହୋଇଥିଲା। ‌ସେହିପରି ଲାଟେରାଲ ଏଣ୍ଟ୍ରି ବି.ଟେକ୍‌ ସମେତ ଲାଟେରାଲ ଏଣ୍ଟ୍ରି ବି.ଫାର୍ମା, ବି. ଫାର୍ମା, ଇଣ୍ଟିଗ୍ରେଟେଡ୍‌ ଏମ୍‌ବିଏ ପରି ପାଠ୍ୟକ୍ରମରେ ନାମଲେଖା ପାଇଁ ଗତ ମାସ ୧୮ ତାରିଖରେ ପେନ୍‌ ଆଣ୍ଡ ପେପର ବେସ୍‌ଡ ବା ଅଫ୍‌ଲାଇନ୍‌ରେ ପରୀକ୍ଷା କରାଯାଇଥିଲା।

ସମ୍ବନ୍ଧିତ ଖବର