ଆଜି ମହାପ୍ରଭୁଙ୍କ ବନକଲାଗି , ୪ ଘଣ୍ଟା ବନ୍ଦ ରହିବ ଦର୍ଶନ

ପୁରୀ: ଆସନ୍ତାକାଲି(ବୁଧବାର) ମହାପ୍ରଭୁଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ। ଏଥିଲାଗି ୪ ଘଣ୍ଟା ସାଧାରଣ ଦର୍ଶନ ବନ୍ଦ ରହିବ। ଶ୍ରୀମନ୍ଦିର ପ୍ରଶାସନ ଠାରୁ ମିଳିଥିବା ସୂଚନା ମୁତାବକ, ଆସନ୍ତାକାଲି ଦ୍ବିତୀୟ ଭୋଗମଣ୍ଡପ ପରେ ମହାପ୍ରଭୁଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ। ମହାପ୍ରଭୁଙ୍କ ଶ୍ରୀମୁଖ ଶୃଙ୍ଖାର ସହ ଅନ୍ୟାନ୍ୟ ନୀତି ସଂପନ୍ନ ହେବ। ଅପରାହ୍‌ଣ ୪ଟାରୁ ରାତି ୮ଟା ପର୍ଯ୍ୟନ୍ତ ଏହି ନୀତି ଅନୁଷ୍ଠିତ ହେବ। ଏଣୁ ଭକ୍ତମାନେ ଆସନ୍ତାକାଲି ଅପରାହ୍‌ଣ ୪ଟା ପର୍ଯ୍ୟନ୍ତ ମହାପ୍ରଭୁଙ୍କ ଦର୍ଶନ କରିପାରିବେ। ପରେ ବନକଲାଗି ନୀତି ଶେଷ ପର୍ଯ୍ୟନ୍ତପ୍ରାୟ ୪ ଘଣ୍ଟା ଧରି ମହାପ୍ରଭୁଙ୍କ ଦର୍ଶନ ବନ୍ଦ ରହିବ। ରାତି ପ୍ରାୟ ୮ଟାରେ ବନକଲାଗି ଶେଷ ହେବା ପରେ ଦର୍ଶନ ସ୍ବାଭାବିକ ହେବ। ଭକ୍ତମାନେ ପୁନର୍ବାର ଦର୍ଶନର ସୁଯୋଗ ପାଇବେ।

ସମ୍ବନ୍ଧିତ ଖବର