ଆଜି ରାଜ୍ୟରେ ୫୫୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ଗତ ୨୪ ଘଣ୍ଟାରେ ୫୫୯ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସଙ୍ଗରୋଧରୁ ୩୨୧ ଜଣ ଥିବା ବେଳେ ସ୍ଥାନୀୟ ସଂକ୍ରମିତ ଅଛନ୍ତି ୨୩୮ ଜଣ । ୭୧ ଜଣ ୧୮ ବର୍ଷରୁ କମ୍ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧାରୁ ୨୭୯ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ କଟକରୁ ୫୪, ବୌଦ୍ଧରୁ ୧୮ ଜଣ ଚିହ୍ନଟ ହୋଇଛନ୍ତି । ସେହିପରି ଷ୍ଟେଟପୁଲରୁ ୬୮, ସମ୍ବଲପୁରରୁ ୧୬, ପୁରୀରୁ ୧୪, ଜଗତସିଂହପୁରରୁ ୧୪, ଯାଜପୁରରୁ ୧୪,ବାଲେଶ୍ୱରରୁ ୧୪ ଜଣ ଚିହ୍ନଟ ହୋଇଛନ୍ତି |


ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ରହିଛି ୧୦ ଲକ୍ଷ ୩୬ ହଜାର ୫୩୨ । ଏମାନଙ୍କ ମଧ୍ୟରୁ ୧୦ ଲକ୍ଷ ୨୩ ହଜାର ୩୯୮ ଜଣ ସୁସ୍ଥ ହୋଇଛନ୍ତି । ଏବେବି ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ରହିଛି ୪ ହଜାର ୭୮୫ । ସେହିପରି ୨୪ ଘଣ୍ଟାରେ ୨ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ରହିଛି ।

 

ସମ୍ବନ୍ଧିତ ଖବର