ଆସନ୍ତାକାଲି ରାଜ୍ୟର ୧୫ଟି ଜିଲ୍ଲାରେ ବନ୍ଦ ରହିବ ଟିକାକରଣ

ଭୁବନେଶ୍ୱର: ଆସନ୍ତାକାଲି ରାଜ୍ୟର ୧୫ଟି ଜିଲ୍ଲାରେ ଟିକାକରଣ କାର୍ଯ୍ୟକ୍ରମ ବନ୍ଦ ରହିବ । ଅନୁଗୁଳ, ବାଲେଶ୍ୱର, ବରଗଡ଼, ବୌଦ୍ଧ, କଟକରେ ଟିକାକରଣ ବନ୍ଦ ରହିବ ବୋଲି ରାଜ୍ୟ ସରକାରଙ୍କ ତରଫରୁ ସୂଚନା ଦିଆଯାଇଛି । ସେହିପରି ଦେବଗଡ଼, ଗଂଜାମ, ଜଗତସିଂହପୁର, କନ୍ଧମାଳ, କେନ୍ଦୁଝର, କୋରାପୁଟ, ନବରଂଗପୁର, ରାୟଗଡ଼ା ସମ୍ବଲପୁର ଓ ସୁବର୍ଣ୍ଣପୁରରେ ଟିକାକରଣ ବନ୍ଦ ରହିବ ।
ସୂଚନାଯୋଗ୍ୟ ଯେ, ଆଜି ରାଜ୍ୟରେ ୨୫ ହଜାର ୨୧୧ ଜଣଙ୍କୁ କରୋନା ଟିକା ଦିଆଯାଇଛି । ଏଥି ସହିତ ରାଜ୍ୟରେ ଏପର୍ଯ୍ୟନ୍ତ ମୋଟ ୫୯ ଲକ୍ଷ ୨୯ ହଜାର ୫୨୫ ଜଣଙ୍କୁ ଟିକା ଦିଆଯାଇଛି ।

ସମ୍ବନ୍ଧିତ ଖବର