ଏନ୍‌କାଉଣ୍ଟରରେ ୩ ନକ୍ସଲ ମୃତ

ମାଲକାନଗିରି : ସୀମାନ୍ତ ଛତିଶଗଡର ବିଜାପୁର ଜିଲ୍ଲାରେ ଆଜି  ଏନକାଉଣ୍ଟଟରରେ ୩ଜଣ ନକ୍ସଲ ନିହତ ହୋଇଛନ୍ତି। ବିଶେଷ ସୂତ୍ରରୁ ଖବର ପାଇ ଜିଲ୍ଲା ପୁଲିସ, ଡିଆରଜି ଏବଂ ଏସଟିଏଫ ଯବାନ ମନକେଲୀ ଜଂଗଲରେ କୁମ୍ବିଂ କରୁଥିବା ବେଳେ ପୂର୍ବରୁ ଆମ୍ବୁସ ଲଗାଇ ବସିଥିବା ନକ୍ସଲ ଅତର୍କିତ ଗୁଳି ଚଳାଇବା ଆରମ୍ଭ କରିଥିଲେ। ଯବାନମାନେ ମଧ୍ୟ ପାଲଟା ଜବାବ ଦେଇଥିଲେ। ଅଧ ଘଣ୍ଟା ଧରି ଉଭୟପଟୁ ଗୁଳି ଚାଲିବା ପରେ ନକ୍ସଲ ପଛଘୁଞ୍ଚା ଦେବାକୁ ବାଧ୍ୟ ହୋଇଥିଲେ। ଏହାପରେ ସର୍ଚ୍ଚ ଅପରେସନ କରୁଥିବା ବେଳେ ୩ ଜଣ ନକ୍ସଲଙ୍କ ମୃତ ଦେହ ମିଳିଥିଲା। ତିନୋଟି ବନ୍ଧୁକ ସହ ବହୁ ମାଓ ସାମଗ୍ରୀକୁ ଜବତ କରାଯାଇଥିବା ଆଇଜି ସୁନ୍ଦରରାଜ ସାମ୍ବାଦିକ ସମ୍ମିଳନୀରେ  କହିଛନ୍ତି।

ସମ୍ବନ୍ଧିତ ଖବର