କଟକରେ ମାଆ ଓ ପୁଅଙ୍କ ମୃତ୍ୟୁ ଘଟଣା: ମୃତ ଶିଳ୍ପୀଙ୍କ ସ୍ବାମୀ ସ‌ନ୍ତୋଷ ଖୁଣ୍ଟିଆ ଗିରଫ

କଟକ: ମଧୁପାଟଣା ଥାନା ଅନ୍ତର୍ଗତ ଶ୍ରୀରାମ ନଗରରେ ମାଆ ଓ ପୁଅଙ୍କ ମୃତ୍ୟୁ ଘଟଣାରେ ପୁଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ମୃତ ଶିଳ୍ପୀଙ୍କ ସ୍ବାମୀ ସନ୍ତ‌ୋଷ ଖୁଣ୍ଟିଆଙ୍କୁ ଗିରଫ କରିଛି ପୁଲିସ। ଶିଳ୍ପୀଙ୍କ ପରିବାରର ଅଭିଯ‌ୋଗକ୍ରମେ ସନ୍ତ‌ୋଷ ଖୁଣ୍ଟିଆଙ୍କୁ ଗିରଫ କରାଯାଇଛି। ଆଜି ତାଙ୍କୁ କୋର୍ଟଚାଲାଣ କରାଯିବ ବୋଲି ସୂଚନା ମିଳିଛି।

ସୂଚନାଯୋଗ୍ୟ, ଗତକାଲି କଟକ ଶ୍ରୀରାମ ନଗର ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଥିଲା । ସାବତ ମା ଶିଳ୍ପୀ ଖୁଣ୍ଟିଆ ୨ବର୍ଷର ପୁଅକୁ ମାରି ନିଜେ ଆତ୍ମହତ୍ୟା କରିଥିଲେ । ମହିଳା ଜଣକ ହେଉଛନ୍ତି ନେତାଜୀ ନଗର ଅଞ୍ଚଳର ଶିଳ୍ପୀ ଖୁଣ୍ଟିଆ। ସେ ଗତ ବର୍ଷ ସାଲେପୁର ଅଞ୍ଚଳର ସନ୍ତୋଷ ଖୁଣ୍ଟିଆଙ୍କୁ ବିବାହ କରିଥିଲେ। ତେବେ ଉଭୟଙ୍କ ମଧ୍ୟରେ ପୂର୍ବରୁ ପାରିବାରିକ ବିବାଦ ରହିଥିଲା। ତେବେ ଆଜି ଦୀର୍ଘ ସମୟ ଧରି କବାଟ ବନ୍ଦ ରହିଥିଲା। କବାଟ ଭାଙ୍ଗିବା ପରେ ଉଭୟଙ୍କୁ ମୃତ ଅବସ୍ଥାରେ ଉଦ୍ଧାର କରାଯାଇଥିଲା। ସାବତ ପୁଅ ପ୍ରାୟ ଦୁଇ ବର୍ଷର ହେବ ଏବଂ ତାର ବେକରେ ଗଭୀର କ୍ଷତ ରହିଥିଲା।

ମହିଳା ଜଣକ ନିଜ ଚୁନିରେ ଝୁଲି ପଡ଼ିଥିଲେ। ଏବେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ କରୁଛି। ବିଶେଷକରି କେଉଁ ପରିସ୍ଥିତିରେ ମହିଳା ଜଣକ ନିଜର ସାବତ ପୁଅକୁ ମାରି ନିଜେ ଆତ୍ମହତ୍ୟା କଲେ ତାହାର ତଦନ୍ତ କରୁଛି। ସବୁଠାରୁ ବଡ଼ କଥା ହେଉଛି ମହିଳାଙ୍କ ପରିବାର ଲୋକ ଝିଅର ମୃତ୍ୟୁ ପାଇଁ ସ୍ୱାମୀ ଏବଂ ତାଙ୍କର ଶାଶୂଘର ଲୋକଙ୍କୁ ଦାୟୀ କରିଥିଲେ।

ସମ୍ବନ୍ଧିତ ଖବର