କବି ହରନାରୟଣ ମିଶ୍ରଙ୍କ ଲିଖିତ ପୁସ୍ତକ “ଶୁଭାନନ୍ୟା” ଉନ୍ମୋଚିତ

ବାରିପଦା: ବରିଷ୍ଠ କବି ହରନାରାୟଣ ମିଶ୍ରଙ୍କ ଲିଖିତ କବିତା ପୁସ୍ତକ “ଶୁଭାନନ୍ୟା” ଉନ୍ମୋଚିତ ହୋଇଯାଇଛି । କବିଙ୍କ ବାସଭବନରେ ଅନୁଷ୍ଠିତ ଏହି ଉନ୍ମୋଚନ ସମାରୋହରେ ମହାରାଜା କୃଷ୍ଣଚନ୍ଦ୍ର ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶୀକ୍ଷକ ହରେକୃଷ୍ଣ ମହାନ୍ତ, ମୁଖ୍ୟ ଅତିଥି ଭାବେ ଯୋଗଦେଇ ପୁସ୍ତକ ଉନ୍ମୋଚନ କରିବା ସହ କବିଙ୍କର ମହନୀୟ ଉଦ୍ୟମକୁ ପ୍ରଶଂସା କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ବାରିପଦା ଗୋପବନ୍ଧୁ ସାହିତ୍ୟ ସଂସଦର ସମ୍ପାଦକ ଅମିତାଭ ମିଶ୍ର ଓ ମୟୂରଭଞ୍ଜ ସାହିତ୍ୟ ଏକାଡେମୀର ସଭାପତି ପ. ସରୋଜ କୁମାର ନାୟକ, ଅତିଥିଭାବେ ଯୋଗଦେଇ ପୁସ୍ତକକର ସମୀକ୍ଷା କରିଥିଲେ । ପୂର୍ବରୁ କବି ହରନାରାୟଣ ମିଶ୍ରଙ୍କର ଲିଖିତ ବହୁ ପୁସ୍ତକ ପାଠକୀୟ ସ୍ୱୀକୃତିଲାଭ କରିଥିବା ବେଳେ “ଶୁଭାନନ୍ୟା” ତାଙ୍କର କିଶୋର ସାହିତ୍ୟ ଭିତିକ ପୁସ୍ତକ ପ୍ରକାଶନର ଲେଖନୀର ପଦଯାତ୍ରା’ କ୍ରମରେ ୧୬ତମ ସୃଷ୍ଟି ।

ସମ୍ବନ୍ଧିତ ଖବର