କରୋନା ଭାଇରସ୍‌: ଆଜି ସଂକ୍ରମିତଙ୍କ ତୁଳନାରେ ସୁସ୍ଥ ଅଧିକ, ଦିନକରେ ୧୨୦୭୭ ଜଣ ଆରୋଗ୍ୟ

 

ଭୁବନେଶ୍ୱର: କରୋନା ଆକ୍ରାନ୍ତ ତୁଳନାରେ ସୁସ୍ଥ ଅଧିକ । ରାଜ୍ୟରେ ଆଜି କୋଭିଡ-୧୯ରୁ ୧୨ହଜାର ୭୭ ଜଣ ସୁସ୍ଥ ହୋଇଛନ୍ତି । ସୁନ୍ଦରଗଡ଼ରୁ ସର୍ବାଧିକ ୨୦୭୭ ଜଣ ସୁସ୍ଥ । ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର ପକ୍ଷରୁ ଟୁଇଟ୍ ଜରିଆରେ ଏହି ସୂଚନା ଦିଆଯାଇଛି । ଏଥି ସହିତ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫ ଲକ୍ଷ ୧୪ ହଜାର ୫୩୨କୁ ବୃଦ୍ଧି ପାଇଛି । ସୂଚନାଯୋଗ୍ୟ, ଆଜି ରାଜ୍ୟରେ ୧୧୭୩୨ ଜଣ ସଂକ୍ରମିତ ଚିହ୍ନଟ ହୋଇଥିଲେ ।

 

ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁସାରେ ଖୋର୍ଦ୍ଧା ଜିଲ୍ଲାରୁ ଆଜି ୧୬୧୧ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । କଟକରୁ ୯୧୬, ଅନୁଗୁଳରୁ ୫୮୦, ସମ୍ବଲପୁରରୁ ୫୪୩, ବରଗଡ଼ରୁ ୪୬୨, ପୁରୀରୁ ୪୫୩, ବାଲେଶ୍ୱରରୁ ୪୩୭, ବଲାଙ୍ଗୀରରୁ ୪୩୫, ନବରଂଗପୁରରରୁ ୪୨୯, ଝାରସୁଗୁଡ଼ାରୁ ୪୨୫, କଳାହାଣ୍ଡିରୁ ୩୮୨ ଓ ଭଦ୍ରକରୁ ୩୮୨ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।

 

ସେହିଭଳି ନୂଆପଡ଼ା ଜିଲ୍ଲାରୁ ୨୬୧ ଜଣ, ଗଂଜାମରୁ ୨୧୮, ନୟାଗଡ଼ରୁ ୨୧୫, ସୁବର୍ଣ୍ଣପୁରରୁ ୨୧୩, କେନ୍ଦୁଝରରୁ ୨୧୦, ରାୟଗଡ଼ାରୁ ୧୭୬, ମୟୂରଭଂଜରୁ ୧୭୫, କେନ୍ଦ୍ରାପଡ଼ାରୁ ୧୫୬, ଢେଙ୍କାନାଳରୁ ୧୩୭, ଦେବଗଡ଼ରୁ ୧୩୬, ଜଗତସିଂହପୁରରୁ ୧୩୦, କୋରାପୁଟରୁ ୧୧୮, ଯାଜପୁରରୁ ୧୦୪, ଗଜପତିରୁ ୧୦୧, ବୌଦ୍ଧରୁ ୯୨, କନ୍ଧମାଳରୁ ୬୯, ମାଲକାନଗିରିରୁ ୬୩ ଓ ରାଜ୍ୟ ପୁଲରୁ ୩୫୭ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।

ସମ୍ବନ୍ଧିତ ଖବର