କଲେଜ ଖୋଲିଲା, ୨୦ରୁ ପାଠପଢ଼ା

ଭୁବନେଶ୍ବର: ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଯୋଗୁଁ ସ୍କୁଲ ଛୁଟି ଘୁଞ୍ଚିଛି। କିନ୍ତୁ ଆଜିଠାରୁ ରାଜ୍ୟର ସମସ୍ତ କଲେଜ ଖୋଲିଛି। ପାଠପଢ଼ା ଆରମ୍ଭ ହୋଇଥିଲେ ମଧ୍ୟ କଲେଜ ଅଧ୍ୟକ୍ଷ, ଅଧ୍ୟାପକ ଅଧ୍ୟାପିକାମାନେ କାର୍ଯ୍ୟରେ ଯୋଗ ଦେଇଛନ୍ତି। ଆସନ୍ତା ୨୦ ତାରିଖଠାରୁ ନିୟମିତ ଭାବେ ପାଠପଢା ଆରମ୍ଭ ହେବ। ଯୁକ୍ତ୨ ଦ୍ବିତୀୟ ବର୍ଷ ଓ ଯୁକ୍ତ୩ ଦ୍ବିତୀୟ ଓ ତୃତୀୟ ବର୍ଷ ଛାତ୍ରଛାତ୍ରୀଙ୍କ ପାଠପଢ଼ା ଆରମ୍ଭ ହେବ। ଯୁକ୍ତ୨ ପ୍ରଥମ ବର୍ଷ ଛାତ୍ରଛାତ୍ରୀଙ୍କ ନାମଲେଖା ଚାଲିଛି। ଯୁକ୍ତ୩ ପ୍ରଥମ ବର୍ଷ ନାମଲେଖା ପ୍ରକ୍ରିୟା ଏପର୍ଯ୍ୟନ୍ତ ଆରମ୍ଭ ହୋଇନାହିଁ।

ସମ୍ବନ୍ଧିତ ଖବର