କୋଣାର୍କ ସୁରକ୍ଷା ନେଇ ଉଚ୍ଚସ୍ତରୀୟ ବୈଠକ : କୀର୍ତ୍ତିରାଜିର ସୁରକ୍ଷା ନେଇ କେନ୍ଦ୍ର ସଂସ୍କୃତି ମନ୍ତ୍ରୀଙ୍କ ସହ ରାଜ୍ୟ ସରକାରଙ୍କ ଆଲୋଚନା

ଭୁବନେଶ୍ୱର : କୋଣାର୍କ ସୁରକ୍ଷା ନେଇ ଭୁବନେଶ୍ୱରରେ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ .ହୋଇଛି । ରାଜ୍ୟ ଅତିଥି ଭବନରେ ଚାଲିଥିବା ଏହି ବୈଠକରେ  କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ମହେଶ ଶର୍ମା, କେନ୍ଦ୍ର ସଂସ୍କୃତି ସଚିବ ଓ ଏଏସଆଇ ମହାନିର୍ଦ୍ଦେଶକ ଯୋଗ ଦେଇଛନ୍ତି । ରାଜ୍ୟ ସରକାରଙ୍କ ପକ୍ଷରୁ ସଂସ୍କୃତି ମନ୍ତ୍ରୀ ଅଶୋକ ପଣ୍ଡା, କାକଟପୁର ଓ ନିମାପଡ଼ା ବିଧାୟକ, ସଂସ୍କୃତି ସଚିବ ଓ ନିର୍ଦ୍ଦେଶକ ଏହି ବୈଠକରେ ଅଂଶ ଗ୍ରହଣ କରିଛନ୍ତି। ଦେଇଛନ୍ତି । କୋଣାର୍କ ସୁରକ୍ଷା ନେଇ ବୈଠକରେ ବିସ୍ତୃତ ଆଲୋଚନା କରାଯାଇଥିବା ଜଣାପଡ଼ିଛି  ।

ସେପଟେ କୋଣାର୍କ ସୁରକ୍ଷା ନେଇ ଉଚ୍ଚସ୍ତରୀୟ ବୈଠକ ଆରମ୍ଭ ହେବା ପୂର୍ବରୁ  ବରିଷ୍ଠ ବିଜେପି ନେତା ବିଶ୍ୱଭୂଷଣ ହରିଚନ୍ଦନଙ୍କ ନେତୃତ୍ୱରେ ଏକ ୧୫ ଜଣିଆ ଦଳ କେନ୍ଦ୍ରମନ୍ତ୍ରୀ ମହେଶ ଶର୍ମାଙ୍କୁ ଭେଟିଛନ୍ତି । ଏଥିରେ ବିଭିନ୍ନ ଦଳର ପ୍ରତିନିଧି ଓ ସଙ୍ଗଠନ ସାମିଲ ହୋଇଥିଲେ ।ବିଭିନ୍ନ ଦାବି ନେଇ ଏହି ପ୍ରତିନିଧି ଦଳ ଏକସ୍ମାରକ ପତ୍ର କେନ୍ଦ୍ରମନ୍ତ୍ରୀଙ୍କୁ ଦେଇଛନ୍ତି । ପାଇକ ସ୍ମାରକୀ ନେଇ ବି ପ୍ରତିନିଧି ଦଳ କେନ୍ଦ୍ରମନ୍ତ୍ରୀଙ୍କ ସହ ଆଲୋଚନା କରିଛି । ଏହି ସ୍ମାରକୀ ପାଇଁ କେନ୍ଦ୍ର ସରକାର ୧୯୦ କୋଟି ଟଙ୍କା ଦେଇଛନ୍ତି । ରାଜ୍ୟ ସରକାର ୫୦ ଏକର ଜାଗା ଦେଲେ କାମ ଆରମ୍ଭ ହେବ ।

ସମ୍ବନ୍ଧିତ ଖବର