କୋରାପୁଟ ଯୋଜନା ବୋର୍ଡ ଅଧ୍ୟକ୍ଷଙ୍କ ମଧ୍ୟସ୍ଥି ପରେ ଅଟକ ଟ୍ରକ ଓ ଜେସିବି ମେସିନ ଉଦ୍ଧାର

ନନ୍ଦପୁର: ହାଟ ସୁକୁ ଖଡ଼ି ମାଟି ଖଣିବିବାଦ ନେଇ ୨୩ଦିନ ପରେ ଶାନ୍ତ  ବାତାବରଣ ସୃଷ୍ଠି ହୋଇଛି।କୋଟପୁଟ ଯୋଜନା ବୋର୍ଡ ଅଧକ୍ଷ ତଥା କୋରାପୁଟ ବିଧାୟକ ରଘୁରାମ ପଡା ଲ ଙ୍କ ମଧ୍ୟସ୍ଥ ପରେ ଦୀର୍ଘ୨୩ଦିନ ପରେ ପୁଲିସପ୍ରଶାସନ ଓ ଅଂଚଳ ବାସୀ ଙ୍କ ମଧ୍ୟରେ ଲାଗିଥିବା  ବିବାଦ ର ଅନ୍ତ ଘଟିଛି।ସୂଚିତ ଯେ  ଗତ ୧ ତାରିଖ ରେ ହାଟ ସୁଖ ଖଣି ଅଂଚଳରେ ଉତେଜନ ନେଇ ନନ୍ଦପୁର ଆଇ ଆଇ ସି ଙ୍କୁ ମାଡ଼ ଘଟଣା ନେଇ ଅଂଚଳ ବାସୀ ଓ ପୁଲିସ ପ୍ରଶାସନ ନେଇ ବିବା ଦ ଘନି ଭୁତ ହେବାରେ ଲାଗିଲା।ନନ୍ଦପୁର ଆଇ ଆଇ ସି ଙ୍କୁ ମାଡ଼ ଘଟଣା ନେଇ ନନ୍ଦପୁର ପୁଲିସ ଅଂଚଳ୬୮ଜଣ ଙ୍କନାମ ରେ ମାମଲା ରୁ କରି ସେଥି ମଧ୍ୟରୁଜଣ ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ବେଳେ ଅଂଚଳ ବାସୀ ଙ୍କ ମନରେ ଏକ ଭୟ ର ବାତାବରଣ ସୃଷ୍ଟି ହୋଇଥିଲା।

ପରେ ଅଂଚଳ ବାସୀ ଉକ୍ତ ୫ଜଣ ଙ୍କୁ ଛାଡିବା କୁ ଖଣି ରେ କାର୍ଯ୍ୟ କରି ବାକୁ ଯାଇଥିବା ଜେସିବି ମେସିନ କୁ ଅଟକ ର ଖୀ ଗ୍ରାମ ବାସୀ୬ଜଣ ଙ୍କୁ ଛାଡିବାକୁସର୍ତ୍ତ ରଖିଥିଲେ।ତେବେ ଗତ କାଲି ପୁଣି ନନ୍ଦପୁର ପୁଲିସତିନି ଜଣଙ୍କୁ ଗିରଫ ପରେ କରିଥିବା ବେଳେ ଗ୍ରାମ ରେ ଉତେଜନା ଦେଇଥିଲା।

ସେପଟେ ପୁଲିସପ୍ରଶାସନ ଅଟକ ଟ୍ରକ ସହ ଜେସିବି ମେସିନ ଉଦ୍ଧାର ନେଇ ଶାନ୍ତି ପୂର୍ଣ୍ଣ ପ୍ରୟାସ ଜାରିରଖିଥିବାବେଳେ ଆଜି କୋରା ପୁଟ ଯୋଜନା ବୋର୍ଡ ଅଧକ୍ଷ ତଥା କୋରାପୁଟ ବିଧାୟକ ରଘୁରାମ ପଡା ଲ ଉଭୟ ଗ୍ରାମବାସୀ ଓ ପୁଲିସ ପ୍ରଶାସନ ମଧ୍ୟରେ ମଧ୍ୟସ୍ଥିତ କରି ଅପାସ ବୁଝାମଣା କରିବା ପରେ ଏକ ସମାଧାନ ର ବାଟ ଫିଟିଥିଲା ପରେ ରାଜ୍ୟତତ ସହିତ ରାଜ୍ୟ ବିହନ ନିଗମତଥା କୋରାପୁଟ ଜିଲ୍ଲା ବି ଜେଡି ସଭାପତି ଈଶ୍ୱର ଚନ୍ଦ୍ର ପାଣିଗ୍ରାହୀ ଯୋଗ ଦେଇ ଅଂଚଳ ବାସୀ ଙ୍କ ସହ ଆଲୋଚନା କରିବା ପରେ ପୁଲିସ ପ୍ରଶାସନ ଓ ଗ୍ରାମ ବାସୀ ମଧ୍ୟ ରେ ଏକ ସାମୁହିକ ବୁଝା ମଣା ହୋଇଥିଲା ପରେ ଅଟକ ରଖିଥିବା ଜେସିବି ମେସିନ କୁ ଛାଡି ଥିଲେ ଗ୍ରାମ ବାସୀ।ଏହି ଲୋଚନରେ ନନ୍ଦପୁର ଏ ସ ଡି ପି ଓ ସଞ୍ଜୟ ମହାପାତ୍ର, ନନ୍ଦପୁର ତହସିଲଦାର ନରସିଂହ ଗଦବା, ଲମତା ପୁଟ ତହସିଲଦାର ମାନସ ରଞ୍ଜନ ପଟ୍ଟନାୟକ,  ଆଇ ଆଇ ସି ଫ୍ରପୁଲ ଲାକ୍ରା,ସାମାଜିକ କର୍ମୀ ମୁନା ଦଳପତି, ନନ୍ଦପୁର ବିଧାୟକ ପ୍ରତିନିଧି ସୁନିଲ କୁମାର ସାହୁ, ହାଟ ସୁକୁ, ପରଜା ଖୁଡୁ ବି,ଓ ମାଲି ଖୁଡୁ ବୁ ଗ୍ରାମ ବାସୀ ଆଲୋଚନା ରେ। ଭାଗ ନେଇଥିଲେ।

ସମ୍ବନ୍ଧିତ ଖବର