ଖୋର୍ଦ୍ଧା ଓକିଲ ସଂଘର ନୂତନ କର୍ମକର୍ତ୍ତା

ଖୋର୍ଦ୍ଧା: ଖୋର୍ଦ୍ଧା ବାର୍ ଆସୋସିଏସନ୍‌ର ୨୦୨୩-୨୪ ପାଇଁ ନୂତନ କର୍ମକର୍ତା ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି । ନିର୍ବାଚନରେ ଦୁଇଜଣ ପ୍ରତିଦ୍ୱନ୍ଦ୍ୱୀଙ୍କୁ ହରାଇ ବରିଷ୍ଠ ଆଇନଜୀବୀ ସର୍ବେଶ୍ୱର ସାହୁ ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି ।

ସେହିଭଳି ଉପସଭାପତି ଭାବେ ଲିଙ୍ଗରାଜ ସାହୁ, ସମ୍ପାଦକ ଭାବେ ମନ୍ମଥ କୁମାର ମିଶ୍ର, ଯୁଗ୍ମ ସଂପାଦକ ଭାବେ ନିଦ୍ୱନ୍ଦ୍ୱରେ ବିଶ୍ୱକେଶ ମହାପାତ୍ର ଓ କୋଷାଧ୍ୟକ୍ଷ ଭାବେ ନିରଂଜନ ବେହେରା ନିର୍ବାଚିତ ହୋଇଛନ୍ତି । କାର୍ଯ୍ୟକାରିଣୀ ସଦସ୍ୟ (ବରିଷ୍ଠ) ଭାବେ ଅଜିତ କୁମାର ମିଶ୍ର, ମନୋରଂଜନ ପଣ୍ଡା, କ୍ଷୀରୋଦ ମୋହନ ସ୍ୱାଇଁ, ସୋମନାଥ ବାରିକ, ପ୍ରଦୀପ କୁମାର ଦଳେଇ ନିର୍ବାଚିତ ହୋଇଥିବା ବେଳେ କାର୍ଯ୍ୟକାରିଣୀ ସଦସ୍ୟ (କନିଷ୍ଠ) ଭାବେ ରାକେଶ ମହାପାତ୍ର ଓ ତାପସ କୁମାର ଦଳବେହେରା ନିଦ୍ୱର୍ନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି । ତେବେ ୫ଜଣିଆ କାର୍ଯ୍ୟକାରିଣୀ ସଦସ୍ୟ (କନିଷ୍ଠ)ରେ ୩ଟି ସଦସ୍ୟ ପଦ ପାଇଁ କେହି ନିର୍ବାଚନ ଲଢ଼ିନଥିବା ବେଳେ ଏହା ଖାଲି ରହିଛି । ବର୍ତମାନ ସଂଘର କାର୍ଯ୍ୟକାଳ ଚଳିତ ମାସ ମାର୍ଚ୍ଚ ୩୧ ତାରିଖ ଯାଏଁ ରହିଥିବା ବେଳେ ଏହାପରେ ସଂଘର ନିଷ୍ପତ୍ତି ଅନୁସାରେ କୌଣସି ଦିନ ନୂତନ କର୍ମକର୍ତା ଦାୟିତ୍ୱ ନେବେ ବୋଲି ବର୍ତମାନର ସମ୍ପାଦକ ପ୍ରଦୀପ କୁମାର ମିଶ୍ର ସୂଚନା ଦେଇଛନ୍ତି ।

ସମ୍ବନ୍ଧିତ ଖବର