ଗଛରେ ଝୁଲି ପଡ଼ି ପ୍ରାଣ ହରାଇଲେ ବାପା-ପୁଅ

ବାଂଶପାଳ: କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକ ନୟାକୋଟ ଥାନା ବାଂଶପାଳ ଗାଁରେ ଆଜି ଏକ ଅଭାବନୀୟ ଘଟଣା। ଏଠାରେ ଗଛରେ ଝୁଲି ପଡ଼ି ପ୍ରାଣ ହରାଇଛନ୍ତି ବାପା ଆଉ ପୁଅ। ଘର ପାଖ ଜଙ୍ଗଲରେ ବେକରେ ଗାମୁଛା ଲଗାଇ ବାପା ଓ ପୁଅ ଆତ୍ମହତ୍ୟା କରିଥିବା ଜଣାଯାଇଛି।

ମୃତକ ବାଂଶପାଳ ରଜାବନ୍ଧ ମୁଣ୍ଡା ସାହିର ଶୁକ୍ରା ମୁଣ୍ଡା (ବାପା)  ଓ ଶଙ୍କର ମୁଣ୍ଡା(ପୁଅ )। ତେବେ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି । ଖବର ପାଇ ଘଟଣାସ୍ଥଳରେ ନୟାକୋଟ ଥାନା ପୁଲିସ ପହଞ୍ଚି ଦୁଇ ଶବକୁ ଜବତ କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି।

ସମ୍ବନ୍ଧିତ ଖବର