ଗାନ୍ଧିଙ୍କ ଜୟନ୍ତୀ ଉପଲକ୍ଷେ, ମା’ ଖଣ୍ଡୁଆଳୀ ଉଠା ଦୋକାନୀ ବ୍ୟବସାୟୀ ସଂଘ ପକ୍ଷରୁ ସଫେଇ କାର୍ଯ୍ୟକ୍ରମ

ଭୁବନେଶ୍ୱର: ଅକ୍ଟୋବର ୨ ଜାତିର ପିତା ମହାତ୍ମାଗାନ୍ଧିଙ୍କ ଜୟନ୍ତ୍ରୀ ଉପଲକ୍ଷେ ଭୁବନେଶ୍ୱର ସହିଦନଗରସ୍ଥିତ ମା’ ଖଣ୍ଡୁଆଳୀ ଉଠା ଦୋକାନୀ ବ୍ୟବସାୟୀ ସଂଘ ପକ୍ଷରୁ ଏକ ସଫେଇ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଏହି ସଫେଇ ଶୋଭା ଯାତ୍ରା ମା’ ଖଣ୍ଡୁଆଳୀ ମନ୍ଦିର ପ୍ରାଙ୍ଗଣରୁ ବାହରି ବାଣୀବିହାର ଛକ, ରୂପାଲି ଛକ ଦେଇ ସହିଦନଗରରେ ପହଞ୍ଚିଥିଲା। ଏହି ସଂଘ ପକ୍ଷରୁ ସମସ୍ତ ସଦସ୍ୟମାନେ ପଲିଥିନ୍‌ ବ୍ୟବହାର ନକରିବା ପାଇଁ ସତ୍ୟପାଠ କରିଥିଲେ । ଏଥିସହିତ ସମସ୍ତ ବ୍ୟବସାୟୀଙ୍କୁ ପଲିଥିନ୍‌ ବ୍ୟବହାର ନକରିବା ପାଇଁ ଅନୁରୋଧ କରିଥିଲେ।

ସମ୍ବନ୍ଧିତ ଖବର