ଗାଡ଼ି ଧକ୍କାରେ ଦମ୍ପତି ମୃତ, ୬ ମାସର ଶିଶୁକନ୍ୟା ସୁରକ୍ଷିତ

ହରିଚନ୍ଦନପୁର : କେନ୍ଦୁଝର ଜିଲ୍ଲା ନରଣପୁର-ଡୁବୁରି ରାସ୍ତାର ହରିଚନ୍ଦନପୁର ଥାନା ଶଗଡ଼ପଟା ପଞ୍ଚାୟତ ବାଘୁଆନାଳ ରେଳବାଇ ଅଣ୍ତରବ୍ରିଜ ନିକଟରେ ଆଜି ଅପରାହ୍‌ଣରେ ଏକ ଅଜଣା ଗାଡ଼ି ଧକ୍କାରେ ଦମ୍ପତିଙ୍କ ମୃତ୍ୟୁ ଘଟିଥିବା ବେଳେ ୬ ମାସର ଶିଶୁକନ୍ୟା ଅଳ୍ପକେ ବର୍ତ୍ତିଯାଇଛି। ମୃତ ଦମ୍ପତି ହେଲେ ଯାଜପୁର ଜିଲ୍ଲା ଡୁବୁରି ଥାନା ନଡ଼ିଆଭଙ୍ଗା ଗ୍ରାମର ଦୁଃଖୀରାମ ମାରାଣ୍ତି (୨୫) ଓ ତାଙ୍କ ପତ୍ନୀ ସଞ୍ଜୁ ମାରାଣ୍ଡି (୨୩)।

ଦୁଃଖୀରାମ ଏକ ବାଇକ୍‌ରେ ପତ୍ନୀ ସଞ୍ଜୁ ଓ ୬ ମାସର ଶିଶୁକନ୍ୟା ସହ ନିଜ ଗ୍ରାମକୁ ଯାଉଥିଲେ। ବାଘୁଆନାଳ ନିକଟରେ ଏକ ଅଜଣା ଗାଡ଼ି ସେମାନଙ୍କୁ ଧକ୍କା ଦେଇ ପଳାଇ ଯାଇଥିଲା। ଦୁର୍ଘଟଣା ପରେ ଦୁଃଖୀରାମ, ସଞ୍ଜୁ ଓ ଶିଶୁକନ୍ୟା ରାସ୍ତାକଡ଼ରେ ପଡ଼ି ରହିଥିଲେ। ଘଟଣାସ୍ଥଳରେ ସଞ୍ଜୁଙ୍କ ମୃତ୍ୟୁ ଘଟିଥିଲା। ଦୁଃଖୀରାମଙ୍କ ଅବସ୍ଥା ଗୁରୁତର ଥିଲା। ଶିଶୁକନ୍ୟାଟି ସାମାନ୍ୟ ଆହତ ହୋଇଥିଲା। ସେହି ରାସ୍ତା‌ରେ ଆସୁଥିବା ହରିଚନ୍ଦନପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ରାଷ୍ଟ୍ରୀୟ ବାଲ୍‌ ସ୍ବାସ୍ଥ୍ୟ ଟିମ୍‌ ଦୁଃଖୀରାମ ଓ ଶିଶୁକନ୍ୟାଙ୍କୁ ଉଦ୍ଧାର କରିଥିଲେ। ଠାରେ ଦୁଃଖୀରାମଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ।

ସମ୍ବନ୍ଧିତ ଖବର