ଚାଷୀଙ୍କ ପ୍ରାଇଜ୍‌, ପ୍ରେଷ୍ଟିଜ୍‌ ପେନ୍‌ସନ୍‌ ଦାବି ନେଇ ୭ରେ ହେବ ସ୍ୱତନ୍ତ୍ର ବୈଠକ

ଭୁବନେଶ୍ୱର: ଚାଷୀଙ୍କ ପ୍ରାଇଜ, ପ୍ରେଷ୍ଟିଜ୍‌ ଓ ପେନ୍‌ସନ୍‌ ଦାବି ନେଇ ହୋଇଥିବା ଆନ୍ଦୋଳନ ପରେ ରାଜ୍ୟ ସରକାର ଗଠନ କରିଥିବା ମନ୍ତ୍ରୀସ୍ତରୀୟ କମିଟିର ବୈଠକ ଆଜି ସଚିବାଳୟରେ ବସିଛି। ଅର୍ଥମନ୍ତ୍ରୀ ଶିଶିଭୂଷଣ ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ରାଜ୍ୟ କୃଷିମନ୍ତ୍ରୀ ଓ ସମବାୟ ମନ୍ତ୍ରୀ ଅଂଶ ଗ୍ରହଣ କରିଥିଲେ। ଚାଷୀଙ୍କ ଦାବିର ସବିଶେଷ ବିଚାର ଲାଗି ଆସନ୍ତା ୭ ତାରିଖରେ କୃଷି ଭବନରେ ବୈଠକ ହେବ। ଏହି ବୈଠକରେ ଚାଷୀ ସଂଗଠନର କର୍ମକର୍ତ୍ତା ଓ ବିଶେଷଜ୍ଞମାନେ ଯୋଗଦେବେ।

ସମ୍ବନ୍ଧିତ ଖବର