ଚୋରି ହାଇୱା ଓ  ଡମ୍ପର ଉଦ୍ଧାର

ରାଉର‌କେଲା: ବୀରମିତ୍ରପୁର ଥାନା ଅନ୍ତର୍ଗତ ଗୋବିରା ନିକଟ ଏକ କ୍ରସରରୁ ଚୋରି  ହାଇୱା ଓ  ଡ଼ମ୍ଫରକୁ ଉଦ୍ଧାର କରିଛି ବୀରମିତ୍ରପୁର ପୁଲିସ। ଚୋରିରେ ସମ୍ପୃକ୍ତ ଦୁର୍ବୃତ୍ତମାନେ ଫେରାର ହୋଇଯାଇଛନ୍ତି। ସୂଚନା ମୁତାବକ ଗତ ଏପ୍ରିଲ ୨୦ ରେ  ରାତ୍ରିରେ ଗୋବିରା ନିକଟରେ ଏକ ଘରୋଇ କ୍ରସର ମାଲିକଙ୍କ ଦୁଇଟି ଗାଡି ଯଥା ହାଇୱା ନଂ(ଓଆର-୧୪ଭି-୪୪୩୩)ଓ ଡ଼ମ୍ଫର ନଂ (ଓଆର-୧୪ଏନ-୩୮୬୧)କୁ ଦୁବୃର୍ତ୍ତମାନେ ଚୋରି କରି ନେଇଥିଲେ। ଗାଡି ମାଲିକ ଏ ସଂକ୍ରାନ୍ତରେ ବୀରମିତ୍ରପୁର ଥାନାରେ ଲିଖିତ ଏତଲା ଦେଇଥିଲେ।

ଉକ୍ତ ଘଟଣାକୁ ନେଇ ବୀରମିତ୍ରପୁର ଏସଡିପିଓ ମାନସ ରଞ୍ଜନ ପ୍ରଧାନଙ୍କ ନେତୃତ୍ୱରେ ଏକ ଦଳ ବୀରମିତ୍ରପୁର ଥାନା ଅଧିକାରୀ ମନୋଜ ମଞ୍ଜରୀ ନାଏକଙ୍କ ସମେତ ଅନ୍ୟାନ୍ୟ ଅଧିକାରୀ ସାମିଲ ହୋଇଥିଲେ। ବିଭିନ୍ନ ସ୍ଥାନରେ ପୁଲିସ ଚଡାଉ କରି ଗୁରୁଣ୍ଡିଆ ଜଙ୍ଗଲରେ ପୁଲିସ ଠାବ କରିଥିଲା। ଗାଡି ଦ୍ୱୟକୁ ପୁଲିସ ବୀରମିତ୍ରପୁର ଥାନାକୁ ଆଣିବା ସହ ଘଟଣାର ତଦନ୍ତ ଆହୁରି ଜୋରଦାର କରିଥିଲା। ଆଜି ଥାନା ପରିସରରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଥାନା ଅଧିକାରୀ ଏହି ସୂଚନା ଦେଇଛନ୍ତି। ଖୁବ୍‌ଶୀଘ୍ର ଚୋରକୁ ଧରାଯିବ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର