ଛାରଖାର କରିଦେଲା ଅଧା ଓଡ଼ିଶା

ଭୁବନେଶ୍ବର: ପୁଣିଥରେ କରାଳ ରୂପ ଦେଖାଇଲା ପ୍ରକୃତି। ୧୯୯୯ର ମହାବାତ୍ୟା ଭଳି ରଚିଲା ପ୍ରଳୟ। ଛାରଖାର କରିଦେଲା ଅଧା ଓଡ଼ିଶା। ମାତ୍ର ୨୪ ଘଣ୍ଟା ମଧ୍ୟରେ ଉପକୂଳ ଓ ଉତ୍ତର ଓଡ଼ିଶା ସମେତ ଦକ୍ଷିଣ ଓଡ଼ିଶାର କିଛି ଅଞ୍ଚଳର େଚହେରାକୁ ଏମିତି ବିବର୍ଣ୍ଣ କରିଦେଇଗଲା େଯ ଦାଗ ନିକଟ ଭବିଷ୍ୟତରେ ଲିଭିବାର ନାହିଁ। ଭୀଷଣରୁ ଅତି ଭୀଷଣ ରୂପ ନେଇ ପୁରୀ ସହର ଉପକୂଳରେ ଆଜି ସ୍ଥଳ ଭାଗ ଛୁଇଁଥିବା ସାମୁଦ୍ରିକ ଘୂର୍ଣ୍ଣିବାତ୍ୟା ‘ଫନି’ ଓଡ଼ିଶାରେ ଏମିତି ତାଣ୍ଡବ କରିଛି। ସକାଳ ୮ଟାରୁ ରିେପାର୍ଟ େଲଖା େହବା ପର୍ଯ୍ୟନ୍ତ ଅର୍ଥାତ୍ ରାତି ୮ଟା ଭିତରେ ପୁରୀ, ଗଞ୍ଜାମ, ଗଜପତି, େଖାର୍ଧା, ନୟାଗଡ, ଜଗତସିଂହପୁର, କଟକ, େକନ୍ଦ୍ରାପଡା, ଭଦ୍ରକ, ବାଲେଶ୍ବର, ମୟୂରଭଂଜ ଏହାର ଆଖପାଖ ଅଞ୍ଚଳକୁ ଧ୍ବସ୍ତବିଧ୍ବସ୍ତ କରିଦେଇଛି। ତେବେ ସବୁଠାରୁ ଅଧିକ କ୍ଷତି େହାଇଛି ପୁରୀ, େଖାର୍ଧା ଓ କଟକ ଜିଲ୍ଲାରେ।

ନୂଆଦିଲ୍ଲୀ ଆଞ୍ଚଳିକ ପାଣିପାଗ ବିଜ୍ଞାନ େକନ୍ଦ୍ରର ବୈଜ୍ଞାନିକ ମାନେ ‘ଫନି’କୁ ଫାଇଲିନ୍ ଭଳି ବିପର୍ଯ୍ୟୟକାରୀ େବାଲି ବର୍ଣ୍ଣନା କରିଛନ୍ତି। ବହୁ ବିଦେଶୀ ପାଣିପାଗ ବିଜ୍ଞାନୀ ଏହାକୁ ଭାରତର ଅନ୍ୟ ସାମ୍ରୁଦିକ ଝଡ଼ ତୁଳନାରେ ଅତି ଶକ୍ତିଶାଳୀ ଓ ପ୍ରଭାବୀ େବାଲି ଚିତ୍ରିତ କରିଛନ୍ତି। ବିେଶଷକରି ସ୍ଥଳ ଭାଗରେ ମାଡ଼ େହବା ବେଳେ ଏହାର ପ୍ରକୋପ ଓ ଭୟାନକ ଚେହେରାକୁ ଦୃଷ୍ଟିରେ ରଖି ପାଣିପାଗ ବିଜ୍ଞାନୀମାନେ ଏହାର ଗମ୍ଭୀରତା ସଂପର୍କରେ ସୋସିଆଲ ମିଡିଆରେ ତତ୍କାଳ ଟିପ୍ପଣୀ େଦଇଛନ୍ତି। ଏପଟେ ‘ଫନି’ ଏଭଳି ଧ୍ବଂସ ମୁହଁକୁ ଉପକୂଳକୁ ଓଡ଼ିଶାକୁ ଟାଣି େନଇଛି େଯ କେଉଁଠି କଣ ଓ କେତେ ପରିମାଣର କ୍ଷତି ଘଟିଛି, ତାହା ଆକଳନ କରିବା ମୁସ୍କିଲ େହାଇପଡିଛି। ନା ସରକାର ହିସାବ ଦେଇ ପାରୁଛନ୍ତି ନା େବସରକାରୀ ସୂତ୍ରରୁ େଠାସ୍ ତଥ୍ୟ ମିଳିପାରୁଛି। ପ୍ରକୃତ ତଥ୍ୟ ସାମ୍ନାକୁ ଆସିବା ପରେ ‘ଫନି’ର କ୍ଷତି ନିକଟ ଅତୀତର ଅନ୍ୟ ତିନିଟି ବାତ୍ୟା ଠାରୁ ବି ବଳିଯାଇପାରେ। ପାଣିପାଗ ବିଭାଗର ସୂଚନା ଅନୁସାରେ, ସାମୁଦ୍ରିକ ବାତ୍ୟା ‘ଫନି’ ଅତିରୁ ଅତି ଭୀଷଣ ରୂପ ଧାରଣ କରି ଆଜି ଠିକ୍ ସକାଳ ୮ଟା ୧୦ମିନିଟରେ ପୁରୀ ଉପକୂଳରେ ମାଡ଼ େହାଇଥିଲା। ବାଲୁଖଣ୍ଡ ନିକଟରେ ଏହା ସ୍ଥଳ ଭାଗ ଛୁଇଁଥିବା କୁହାଯାଉଛି। ସ୍ଥଳ ଭାଗକୁ ଛୁଇଁବା ଆଗକୁ ଘଣ୍ଟାପ୍ରତି ୧୭୫ରୁ ୧୮୫ କିେଲାମିଟର, େବଳେ ବେଳେ ୨୦୫ କିେଲାମିଟର ବେଗରେ ପବନ ପୁରୀ ସହରକୁ ଧ୍ବଂସ ମୁଖକୁ ଟାଣି େନଇଥିଲା। ପାଖାପାଖି ୧୦ଫୁଟରୁ ଅଧିକ ଉଚ୍ଚ ଜୁଆର ମାଡ଼ିବା ସହିତ ସମୁଦ୍ରକୁ ଟାଣି ଆଣିଥିଲା ବେଳାଭୂମି ମାର୍ଗରେ ଥିବା ହୋଟେଲ ପର୍ଯ୍ୟନ୍ତ। ଅଧିକାଂଶ େହାେଟଲଲେ ଲୁଣା ପାଣି ପଶିଯାଇଥିବା ବେଳେ ବେଳାଭୂମି ମାର୍ଗକୁ ବାଲିସ୍ତୂପରେ ପରିଣତ କରିଦେଇଥିଲା।

କେଇ କ୍ଷଣ ଭିତରେ ପୁରୀ ସହରର ବିଭିନ୍ନ ବସ୍ତିକୁ େମାଡି ମକଚି ଏକାକାର କରିଦେଇଥିଲା ‘ଫନି’। ଭାରତର ପାଣିପାଗ ବିଜ୍ଞାନ େକନ୍ଦ୍ରର ଅତିରିକ୍ତ ନିେର୍ଦଶକ ମୃତ୍ୟୁଞ୍ଜୟ ମହାପାତ୍ରଙ୍କ କହିବାନୁସାରେ, ୧୧ଟା ପର୍ଯ୍ୟନ୍ତ ପୁରୀକୁ ଅସ୍ତବ୍ୟସ୍ତ କରିଦେଇଥିଲା ୨୦୦ କିଲୋମିଟରରୁ ଅଧିକ ବେଗରେ ପବନ। ପୁରୀ ସହର ସମେତ ବ୍ରହ୍ମଗିରି, କୃଷ୍ଣପ୍ରସାଦ, ସତ୍ୟବାଦୀ, ଅସ୍ତରଙ୍ଗ, ନିମାପଡା, େକାଣାର୍କ ଆଦି ଅଞ୍ଚଳରେ ସ୍ଥିତି ଗମ୍ଭୀର େହାଇପଡିଥିଲା। ଫନିର ଦୌରାତ୍ମ୍ୟକୁ େଦଖି େକହି କେହି କହୁଥିଲେ, ମହାବାତ୍ୟାର ମହାରୂପକୁ ଅତିକ୍ରମ କରିଯିବ କି? ଘର, ଗଛ, ବିଦ୍ୟୁତ ଖୁଣ୍ଟ, େଟଲିେଫାନ ଟାଵାର ଭାଙ୍ଗି ଫିଙ୍ଗି ଦେଇଥିଲା ରାସ୍ତା ଉପରେ। ସୁ ସୁ କରି ମାଡ଼ି ଆସୁଥିବା ପବନ ପୁରୀବାସୀଙ୍କୁ ଏକଦମ ଡରାଇ ଦେଇଥିଲା।

ପୁରୀରେ ବାତ୍ୟାର ଭୟାନକ ଚେହେରା ଓ ଧ୍ବଂସଲୀଳା ସଂପର୍କରେ ରାଜଧାନୀରେ ଚର୍ଚ୍ଚା ଆରମ୍ଭ େହବା ପୂର୍ବରୁ ‘ଫନି’ ବିଶାଳ ଆକାର ଧରି ପହଞ୍ଚିଯାଇଥିଲା ରାଜଧାନୀ ଭୁବନେଶ୍ବରରେ। ପ୍ରଥମ ଦଫାରେ ସାେଢ ଏଗାରଟାରୁ ଆରମ୍ଭ କରିଥିଲା କ୍ଷମତା େକନ୍ଦ୍ର ରାଜଧାନୀରେ ରାଜୁତି। େଗାଟିଏ ଘଣ୍ଟା ଭିତରେ ବୁଲି ଆସିଥିଲା େଖାର୍ଧା ଜିଲ୍ଲା। ବାତ୍ୟାର ଆଖି (ପ୍ରାୟ ୨୮ କିେଲାମିଟର) ରାଜଧାନୀରେ ପହଞ୍ଚି ଯାଇଥିଲା ସେତେବେଳକୁ। ପାଖାପାଖି କିଛି ମୁହୂର୍ତ ପାଇଁ କମିଯାଇଥିଲା ପବନ। ହେଲେ ୧୨ଟା ୨୦ରେ ପୁଣି ବିଗିଡି ଯାଇଥିଲା ପରିସ୍ଥିତି। ପବନର ଗତି ବଦଳିଗଲା। ସମ୍ପୂର୍ଣ୍ଣ ବିପରୀତ ଦିଗରେ ବୁଲି ପୂରା ରାଜଧାନୀକୁ ଗୁରାଣ୍ଡି େଦଇଥିଲା ‘ଫନି’। ଅତିରୁ ଅତି ଭୀଷଣ ପ୍ରକୋପ ଆଉ ନଥିଲା। କିନ୍ତୁ ସାମାନ୍ୟ ଦୁର୍ବଳ ଅବସ୍ଥାରେ (େଭରି ସିଭିୟର ସାଇେକ୍ଲାନିକ୍ ଷ୍ଟର୍ମ) ଘଣ୍ଟାପ୍ରତି ୧୪୦ରୁ ୧୫୦ କିେଲାମିଟର ବେଗରେ ପବନ ସହିତ ୧୭୦ କିମି ବେଗରେ ଝଟକା ଦେଇଥିଲା ରାଜଧାନୀକୁ।

ଏଥର ମାତ୍ର ୨ ଘଣ୍ଟା ଭିତରେ ରାଜଧାନୀକୁ ଦଳିଚକଟି େଦଲା ଭଳି ଅବସ୍ଥାକୁ ଟାଣି େନଇଥିଲା। ବିଶାଳ ଦ୍ରୁମ ଭଳି ମୂଲ୍ୟବାନ ଗଛକୁ ମୋଡି ଫିଙ୍ଗି ଦେଇଥିଲା। ଟ୍ରାନସଫର୍ମର, ହାଇମାକ୍ସ ଲାଇଟ୍ େପାଷ୍ଟ, ପାର୍କ, ସାଇନ େବାର୍ଡ ଯାହା ଆଗରେ ପଡିଲା, ସବୁକୁ ମାଟିରେ ପକାଇଦେଇଥିଲା ‘ଫନି’। ଘର େକାଠା, ପାଚେରି ଭାଙ୍ଗି ପଡିଲା। ଆଜବେଷ୍ଟସ୍, ଟିଣ ଛପର ଶୂନ୍ୟରେ ବୁଲିଲା। ଟେଲିେଫାନ ଟାଵାର ବି ବାଦ ଗଲାନି। ଠପ୍ େହାଇଯାଇଥିଲା ଇଣ୍ଟରନେଟ୍ ସେବା। ନିକଟରେ ବିଶ୍ବକପ୍ ପୁରୁଷ ହକି ପାଇଁ ଚକାଚକ େହାଇଥିଲା ରାଜଧାନୀ। ରାଜଧାନୀର ଏହି ସୁନ୍ଦର ଚେହେରାକୁ ବାନ୍ଦର ଭଳି କରି ମୁହାଁଇଲା କଟକ ଆଡ଼କୁ। ସ୍ମାର୍ଟ ସିଟି ଭାବେ ଗର୍ବ କରୁଥିବା ଭୁବନେଶ୍ବର ଅଳ୍ପ କେତେ ଘଣ୍ଟା ମଧ୍ୟରେ ଶ୍ରୀହୀନ କରି ଦେଇଥିଲା।

ସେତେବେଳକୁ ‘ଫନି’ର ପ୍ରଳୟଙ୍କରୀ ପ୍ରକୋପ ପ୍ରତ୍ୟକ୍ଷ କରିବା ପରେ ଥରହର ହୋଇ ଉଠିଥିଲା ପୂରା ଉପକୂଳ ଅଞ୍ଚଳ। ପୁରୀ, ଭୁବନେଶ୍ବର, କଟକର େଲାକେ ତ୍ରାହି ତ୍ରାହି ଡାକିବା ଆରମ୍ଭ କରିଦେଇଥିଲେ। କେଉଁ ମୁହୂର୍ତରେ ପବନର ବେଗ କମିବ, ସେ ନେଇ ସମସ୍ତେ ଅବଗଣନା କରିବା ଛଡା ଆଉ କୌଣସି ଉପାୟ ନଥିଲା। ୨ଟା ୫୦ େବଳକୁ ‘ଫନି’ ଭୁବନେଶ୍ବରକୁ ବିପର୍ଯ୍ୟୟ ମୁହଁକୁ ଠେଲି ଦେଇ ପହଞ୍ଚି ଯାଇଥିଲା କଟକରେ। ସମାନ ଢଙ୍ଗରେ ସେଠି ବି ଉତ୍ପାତ କରିଥିଲା। ଜଗତସିଂହପୁର, େକନ୍ଦ୍ରାପଡାରେ ବି ଆରମ୍ଭ େହାଇଯାଇଥିଲା ପବନ।

ପାଣିପାଗ ବିଜ୍ଞାନୀ ଶ୍ରୀ ମହାପାତ୍ରଙ୍କର କହିବାନୁସାରେ, େକନ୍ଦ୍ରାପଡାରେ ପବନର େବଗ ୧୦୦ରୁ ୧୨୦ ବେଗରେ ରହିଥିଲା। ତେବେ ରାତିରେ ବାତ୍ୟା ଭଦ୍ରକ, ବାଲେଶ୍ବର ଓ ମୟୂରଭଂଜ ଦେଇ ଓଡ଼ିଶା ଛାଡିବା େବଳକୁ ପବନର େବଗ ୯୦ରୁ ୧୦୦ କିଲୋମିଟର ଥିବ େବାଲି ସେ ପୂର୍ବାନୁମାନ କରିଛନ୍ତି। ପାଣିପାଗ ବିଜ୍ଞାନୀଙ୍କ ମତରେ କ୍ୟାଟାଗୋରି-୪ର ଏହି ଭୟଙ୍କର ବାତ୍ୟାର ‘ଆଖି’ ୨୮ କିମି ପରିବ୍ୟାପ୍ତ ହୋଇଥିବା ବେଳେ ଏହାର ବଳୟ କେତେବେଳେ ୪୦ କିେଲାମିଟର ଥିଲା ତ ଆଉ କେତେବେଳେ ୧୦୦ କିେଲାମିଟର ପର୍ଯ୍ୟନ୍ତ ବି ବଢିଯାଇଥିଲା। ଏଣୁ େଗାଟିଏ ସ୍ଥାନରେ ରହି ନଷ୍ଟଭ୍ରଷ୍ଟ କରୁଥିବା ବେଳେ ଅନ୍ୟ େଗାଟିଏ ସହରରେ ତାର ଉପଦ୍ରବ ଆରମ୍ଭ େହାଇଯାଉଥିଲା। ଖାସ୍ ଏହି କାରଣରୁ ବାତ୍ୟାର ପ୍ରକୋପ ଅବଧି ବଢିଯାଇଥିଲା ଓ ନଷ୍ଟ ବି। ବାତ୍ୟାର ପ୍ରଭାବରେ ଆଜି ପ୍ରଚଣ୍ଡ ବେଗରେ ପବନ ବହିବା ସହିତ ବର୍ଷା ଜାରି ରହିଛି। ତୁହାକୁ ତୁହା ବର୍ଷା ବିପର୍ଯ୍ୟୟର ଦୁର୍ଦଶାକୁ ବହୁଗୁଣିତ କରିଦେଇଛି। ପାଣିପାଗ ବିଜ୍ଞାନ େକନ୍ଦ୍ରର ସୂଚନା ଅନୁସାରେ, ବାତ୍ୟାର ପ୍ରକୋପ କାଲି ସକାଳ ପର୍ଯ୍ୟନ୍ତ ଅଳ୍ପବହୁତ ରହିବ। ପବନର େବଗ କମିଗଲେ ବି ଭଲ ବର୍ଷା କିଛି ସ୍ଥାନରେ େହାଇପାରେ। ଉଲ୍ଲେଖଥାଉକି, ଗତକାଲି ଠାରୁ ଗଞ୍ଜାମ ଓ ପୁରୀ ଉପକୂଳରେ ବର୍ଷା ଆରମ୍ଭ େହାଇଯାଇଥିଲା। ଗଞ୍ଜାମ ଉପକୂଳକୁ ଘଷି େହାଇ ଫନି ଆଗକୁ ଆସିବା ବେଳେ ସେଠାରେ ଜରବଦସ୍ତ ପ୍ରଭାବ ପଡିଥିଲା। ଗଜପତି ଜିଲ୍ଲାରେ ବି।

ସମ୍ବନ୍ଧିତ ଖବର