ଜଷ୍ଟିସ ଏମ୍‌.ଏମ୍‌.ଦାସ କମିସନ୍‌ : ୨୨୧ କ୍ଷୁଦ୍ର ଜମାକାରୀ ଫେରି ପାଇଲେ ଟଙ୍କା

କଟକ : ରାଜ୍ୟରେ ଚିଟ୍‌ଫଣ୍ଡ ଠକେଇ ଘଟଣାର ତଦନ୍ତ ପାଇଁ ଗଠିତ ଜଷ୍ଟିସ ମଦନ ମୋହନ ଦାସ କମିସନଙ୍କ ନିକଟରୁ ନୋଟିସ୍‌ ପାଇ କେତେକ ଅର୍ଥ ଲଗାଣକାରୀ ସଂସ୍ଥା ଇତିମଧ୍ୟରେ ୨୨୧ କ୍ଷୁଦ୍ର ଜମାକାରୀଙ୍କୁ ଟଙ୍କା ଫେରସ୍ତ କରିଛନ୍ତି। ଗତ ଜାନୁଆରି ୧୮ରେ କମିସନ ସରକାରଙ୍କୁ ପ୍ରଦାନ କରିଥିବା ଚତୁର୍ଥ ଅନ୍ତରୀଣ ରିପୋର୍ଟରେ ଦର୍ଶାଇଥିଲେ ଯେ ଚତୁର୍ଥ ପର୍ଯ୍ୟାୟ ତଦନ୍ତ ପ୍ରକ୍ରିୟା ଭିତରେ ୮୫ ଜଣ କ୍ଷତିଗ୍ରସ୍ତ ଜମାକାରୀ ଟଙ୍କା ଫେରି ପାଇଥିଲେ। ଅନ୍ୟପକ୍ଷରେ ଏହା ପରେ ଜାନୁଆରି ୧୯ରୁ ଏ ପର୍ଯ୍ୟନ୍ତ କମିସନଙ୍କ ଜରିଆରେ ବିଭିନ୍ନ ସଂସ୍ଥାର ୧୩୬ ଜଣ କ୍ଷୁଦ୍ର ଜମାକାରୀ (୧୦ ହଜାର ଟଙ୍କା ବା ତା’ଠାରୁ କମ୍‌ ନିବେଶ କରିଥିବା ବ୍ୟକ୍ତି) ସେମାନଙ୍କ ଜମା ଟଙ୍କା ଫେରି ପାଇଛନ୍ତି। ଏଥି ମଧ୍ୟରେ ରୋଜ୍‌ଭ୍ୟାଲି ଗ୍ରୁପର ୩୫ଜଣ, ଶୁଭଜ୍ୟୋତି ରିଅଲକନ ସିକ୍ୟୁରିଟିର ୧୯ଜଣ, ରିଅଲ ଭିଜନ ଇନଫ୍ରାର ୧୬ ଜଣ, ରିଅଲ ଭିଜନ ସଂସ୍ଥାର ୧୪ଜଣ, ରିଅଲ ଭିଜନ କର୍ମସିଆଲ ଲିମିଟେଡର ୧୧ଜଣ, ୱେଲଫେୟାର ବିଲଡିଂ ଇଷ୍ଟେଟର ୮ଜଣ, ସାହାଜି ମଲଟି ପ୍ରଡକ୍ଟ ସଂସ୍ଥାର ୫ଜଣ ଜମାକାରୀ ରହିଥିବା ବେଳେ ସନସାଇନ ମଲଟି ପରପୋଜ କୋ-ଅପରେଟିଭ, ସାଇ କିଶୋର ପ୍ରାଇଭେଟ ଲିମିଟେଡ, ଏଏମ୍‌ ଫଣ୍ଡ ମ୍ୟାନେଜର୍ସ ଲିମିଟେଡ ଓ ରାଇଜିଂ ମୁନ୍‌ ମାର୍କେଟିଂର ୪ଜଣ ଲେଖାଏ ଜମାକରୀ ରହିଛନ୍ତି। ସେହିପରି ଆର.ପି.ଇନଫୋସିଷ୍ଟମ ଲିଟିଟେଡ ୩ ଜଣ, ରାଡିକ୍ସ ସିକ୍ୟୁରିଟି ୨ ଜଣ, ସାଇ ଗାୟତ୍ରୀ ମଲଟିଷ୍ଟେଟ୍‌ କୋ-ଅପରେଟିଭ ସଂସ୍ଥା ୨ ଜଣ ଏବଂ ବ୍ରିଧି ଇନଫ୍ରା ଲିମିଟେଡ, ସ୍ନେହା ଇଲୋକ୍ଟେନିକ୍ସ ପାୱାର ପ୍ରୋଜେକ୍ଟ, ମାତୃଭୂମି ହାପି ହୋମ ଲିଟିଟେଡ, ଏମ୍‌ ପାୱାର ଇନଫ୍ରାକନ ଲିମିଟେଡ ଓ ସମୃଦ୍ଧି ପ୍ରୋଜେକ୍ଟ ସଂସ୍ଥାର ଜଣେ ଲେଖାଏ କ୍ଷୁଦ୍ର ଜମାକରୀ ସେମାନଙ୍କ ଜମା ଟଙ୍କା ଫେରସ୍ତ ପାଇଛନ୍ତି।

ସମ୍ବନ୍ଧିତ ଖବର