ଜଷ୍ଟିସ ଏମ୍‌.ଏମ୍‌.ଦାସ କମିସନ୍‌ : ଡିସେମ୍ବର ୩୧ ସୁଦ୍ଧା ସତ୍ୟପାଠ ଦାଖଲ ପାଇଁ ବିଜ୍ଞପ୍ତି

କଟକ : ବିଭିନ୍ନ ଅର୍ଥ ଲଗାଣକାରୀ ସ˚ସ୍ଥାରେ ନିବେଶ କରି ଜମା ଟଙ୍କା ଫେରି ପାଇ ନଥିବା ଜମାକାରୀ ଡିସେମ୍ବର ୩୧ ତାରିଖ ସୁଦ୍ଧା ଜଷ୍ଟିସ ମଦନ ମୋହନ ଦାସ ତଦନ୍ତ କମିସନଙ୍କ ନିକଟରେ ସତ୍ୟପାଠ ଦାଖଲ କରିପାରିବେ।

ରେଜିଷ୍ଟ୍ରି ବା ସ୍ପିଡ୍‌ ପୋଷ୍ଟ ଜରିଆରେ ଜମାକାରୀ କମିସନଙ୍କ ନିକଟରେ ସତ୍ୟପାଠ ଦାଖଲ କରି ପାରିବେ। ଜମାକାରୀ ନିଜ ନାଁ ଓ ଠିକଣା ସହିତ ଜମାଟଙ୍କା ସ˚ପର୍କିତ ତଥ୍ୟ ଓ କମ୍ପାନିର ସବିଶେଷ ବିବରଣୀ କମିସନଙ୍କ ନିକଟରେ ଦାଖଲ କରିବେ ବୋଲି ପ୍ରକାଶିତ ବିଜ୍ଞପ୍ତିରେ ଉଲ୍ଲେଖ କରାଯାଇଛି। ଏଠାରେ ଉଲ୍ଲେଖ ଯୋଗ୍ୟ ଯେ ଚିଟଫଣ୍ତ୍‌ ଘଟଣାର ତଦନ୍ତ ପାଇଁ ଗଠିତ ବିଚାରବିଭାଗୀୟ କମିସନଙ୍କ ଆହ୍ବାନ କ୍ରମେ ୨୦୧୩ରେ ଜମାକାରୀମାନେ ସତ୍ୟପାଠ ଦାଖଲ କରିଥିଲେ।

ସେତେବେଳେ ଦାଖଲ ସତ୍ୟପାଠ ଆଧାରରେ କମିସନ୍‌ ତଦନ୍ତ ଜାରି ରଖିଥିବାବେଳେ ବର୍ତ୍ତମାନ କ୍ଷୁଦ୍ର ଜମାକାରୀଙ୍କୁ ଚିହ୍ନଟ କରାଯାଉଛି।

ସମ୍ବନ୍ଧିତ ଖବର